ନିର୍ବାଚନ ଡୁ୍ୟଟିରେ କର୍ମଚାରୀଙ୍କ ମୃତୁ୍ୟ ହେଲେ ମିଳିବ ୩୦ ଲକ୍ଷ: ଏସ୍‌ଇସିର ବଡ଼ ଘୋଷଣା

ଭୁବନେଶ୍ୱର: ଜାନୁଆରୀ ୧୮: ରାଜ୍ୟରେ ପଞ୍ଚାୟତ ନିର୍ବାଚନ କାର୍ଯ୍ୟ ଜୋର୍‌ଦାର ଆରମ୍ଭ ହୋଇଗଲାଣି । ଏହାସହିତ ଜିଲ୍ଲାଗୁଡ଼ିକୁ ବାଲଟ୍‌ ପେପର ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଦିନର ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ୧୦ଟି ଜିଲ୍ଲାକୁ ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟଙ୍କ ଅକ୍ଷର ଅନୁସାରେ ବାଲଟ ପେପର ପଠାଯାଇଥିବା ନିର୍ବାଚନ କମିଶନ ପକ୍ଷରୁ ସୂଚନା ମିଳିଛି ।

ଏହାରି ମଧ୍ୟରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ପାଇଁ ଏସ୍‌ଇସି(ଷ୍ଟେଟ୍‌ ଇଲେକ୍‌ସନ କମିଶନ) ଏକ ବଡ଼ ଘୋଷଣା କରିଛି ।

ଘୋଷଣା ଅନୁସାରେ, ନିର୍ବାଚନ ଡୁ୍ୟଟିରେ ଥାଇ କୌଣସି କର୍ମଚାରୀଙ୍କ ମୃତୁ୍ୟ ହେଲେ, ୩୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ମିଳିବ ।
* ନିର୍ବାଚନ ଡୁ୍ୟଟିରେ ଥାଇ ଅନ୍ୟ କାରଣରୁ ମୃତୁ୍ୟ ହେଲେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ ।

* ହିଂସାରେ ଆଖି ସମ୍ପୂର୍ଣ୍ଣ ନଷ୍ଟ ହେଲେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ ।

* ଡୁ୍ୟଟିରେ ଥାଇ ଶରୀରର କୌଣସି ଅଙ୍ଗ ଅର୍କମଣ୍ୟ ବା ନଷ୍ଟ ହେଲେ ୧୫ ଲକ୍ଷ ଟଙ୍କା ମିଳିବ ।

* ସେହିପରି ଗୁରୁତର ଆହତ ହେଲେ ସର୍ବାଧିକ ୨ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ ।

* କରୋନା ସଂକ୍ରମିତ ହୋଇ କର୍ମଚାରୀଙ୍କ ମୃତ୍ୟୁ ହେଲେ ୩୦ ଲକ୍ଷ ଟଙ୍କା ମିଳିବା ସହିତ ଡୁ୍ୟଟି ସମୟରେ କରୋନାରେ ସଂକ୍ରମିତ ହେଲେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇଦିଆଯିବ ।

ସୂଚନା ଥାଉଯେ, ପଞ୍ଚାୟତ ନିର୍ବାଚନ ନାମାଙ୍କନର ଆଜି ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ଦିନରେ ୮ ହଜାର ୭ଶହ ୨୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେଥିମଧ୍ୟରୁ ଜିଲ୍ଲା ପରିଷଦ ପଦବୀ ପାଇଁ ୭୨ ଜଣ ପ୍ରାର୍ଥୀ ନାମାଙ୍କନ , ପଞ୍ଚାୟତ ସମିତିି ସଭ୍ୟ ପଦ ପାଇଁ ୫୧୨, ସରପଞ୍ଚ ପଦବୀ ପାଇଁ ୧ ହଜାର ୧୨୨ ଏବଂ ୱାର୍ଡ଼ସଭ୍ୟ ପଦବୀ ପାଇଁ ୭ ହଜାର ୧୧୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Comments are closed.