ବୋନି କପୁରଙ୍କ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ‘ମୈଦାନ’ର ସୁଟିଂ ସମ୍ପୂର୍ଣ୍ଣ ହୋଇଛି । ଏଥିରେ ଅଜୟ ଦେବଗନଙ୍କ ଅପୋଜିଟ୍ରେ ନଜର ଆସିବେ ସାଉଥ୍ ହିରୋଇନ ପ୍ରିୟାମଣୀ ରାଜ୍ । ‘ଦ ଫ୍ୟାମିଲି ମ୍ୟାନ୍’ରେ ନିଜ ଚରିତ୍ରକୁ ନେଇ ପ୍ରିୟାମଣୀ ଖୁବ ପ୍ରଶଂସିତ ହୋଇଛନ୍ତି । ଆଉ ଏବେ ତାଙ୍କ ପ୍ରଶଂସକଙ୍କମାନେ ଅଜୟ ଦେବଗନଙ୍କ ସହ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି ।
ନିକଟରେ ଆଇଏନଏସ ସହ ନିଜ ଫିଲ୍ମ ସମ୍ପର୍କରେ ଆଲୋଚନା କରି ପ୍ରିୟାମଣୀ ଅଜୟ ଦେବଗନଙ୍କ ସହ କାମ କରିବାକୁ ନେଇ ଖୁସି ପ୍ରକାଶ କରିଛନ୍ତି । ପ୍ରିୟାମଣୀ କହିଛନ୍ତି, ‘ବଲିଉଡ୍ ଷ୍ଟାର ଅଜୟ ଦେବଗନଙ୍କ ସହ କାମ କରିବା ବହୁତ ଭଲ ଅନୁଭବ ଥିଲା । ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛି ଏବଂ ଫିଲ୍ମର ମୁକ୍ତିଲାଭକୁ ଅପେକ୍ଷା କରିପାରିବି ନାହିଁ ।’ ଅଭିନେତ୍ରୀ ପ୍ରିୟାମଣୀ ଫିଲ୍ମ ମୈଦାନରେ ଭାରତୀୟ ଫୁଟବଲ ଟିମ୍ର କୋଚ୍ ଏବଂ ମ୍ୟାନେଜର ସେୟଦ ଅବଦୁଲ ରହିମଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି ।
ଅଭିନେତ୍ରୀଙ୍କ ଅନୁସାରେ ଯେହେତୁ ଫିଲ୍ମର କାହାଣୀ ଏକ ଭିନ୍ନ ଦଶକକୁ ଦର୍ଶାଇଛି, ତେଣୁ ଦର୍ଶକଙ୍କ ପାଇଁ ଏହି କାହାଣୀର ଦୁନିଆ ଭିନ୍ନ ହେବ । ଏହି ଫିଲ୍ମ ପୂର୍ବରୁ ପ୍ରିୟାମଣୀ ଦ ଫ୍ୟାମିଲି ମ୍ୟାନ୍ େୱବ୍ ସିରିଜ୍ ଜରିଆରେ ବଲିଉଡ୍ ସିନେପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ମୈଦାନ ଦ୍ୱାରା ସେ ବଲିଉଡ୍ର ବଡ଼ ପରଦାରେ ପଦାର୍ପଣ କରିବାକୁ ଯାଉଛନ୍ତି । ନିଜର ଦକ୍ଷ ଅଭିନୟ ଏବଂ ସୌନ୍ଦର୍ଯ୍ୟ ପାଇଁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରିୟାମଣୀ ନିଜର ଖାସ୍ ପରିଚୟ ତିଆରି କରିଛନ୍ତି । ପରୁଥିଭୀରନ ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଫିଲ୍ମରେ ସର୍ବଦା ସିମ୍ପଲ୍ ଏବଂ ନନ୍ ଗ୍ଲାମରସ୍ ରୋଲ୍ କରୁଥିବା ପ୍ରିୟାମଣୀ କିନ୍ତୁ ଅସଲ ଜୀବନରେ ବହୁତ ବୋଲï ଏବଂ ଗ୍ଲାମରସ୍ । ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ରୁ ଏହା ସ୍ପଷ୍ଟ ଜଣାପଡ଼ିଥାଏ । ତେବେ ୨୦୦୯ରେ ଆସିଥିବା ଫିଲ୍ମ ଦ୍ରୋଣାରେ ନିଜର ହଟ୍ ଏବଂ ବୋଲï ଲୁକ୍ ପାଇଁ ବହୁତ ଚର୍ଚ୍ଚିତ ହୋଇଥିଲେ । ଅମିତ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ମୈଦାନ ଫିଲ୍ମ ୩ ଜୁନ ୨୦୨୨ରେ ସିନେମାଘରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ଚାରୋଟି ଭାଷା ତଥା ହିନ୍ଦୀ, ତାମିଲ, ତେଲୁଗୁ ଏବଂ ମଲୟାଲମ ଭାଷାରେ ରିଲିଜ୍ ହେବ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)