ଶୀତଦିନରେ କେଶ ଝଡ଼ିବା ସମସ୍ୟାର ଉପଚାର

ଶୀତଦିନରେ ଉଭୟ ପୁରୁଷ ଏବଂ ମହିଳାଙ୍କ କେଶ ଝଡ଼ିଥାଏ । ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ଶୀତଦିନରେ ଅଧିକ କେଶ ଝଡ଼ିଥାଏ । ଏହା ସହିତ କେଶ ରୁକ୍ଷ ଏବଂ ଚମକହୀନ ହୋଇଉଠେ । ଡାକ୍ତରଙ୍କ ଅନୁସାରେ, ଶୀତ ଦିନରେ ଥଣ୍ଡା ପବନ ପ୍ରବାହିତ ହୋଇଥାଏ । ଏହି କାରଣରୁ ଶରୀର ଚର୍ମ ଶୁଷ୍କ ହୁଏ । ମୁଣ୍ଡର ଚର୍ମ ମଧ୍ୟ ଠିକ୍‌ ସେହିପରି ହୋଇଥାଏ । ଥଣ୍ଡା ବାୟୁ ପ୍ରବାହରେ ଚର୍ମ ଶୁଷ୍କ ହୋଇ କେଶ ଗ୍ରନ୍ଥି ଶୁଖିଯାଏ । ଫଳରେ କେଶ ଝଡ଼େ । ଏହି ସମୟରେ କେଶ ଗ୍ରନ୍ଥିକୁ ଆଦ୍ର ରଖିବା ନିହାତୀ ଆବଶ୍ୟକ ।

ତେଲର ମାଲିସ

ଶୀତଦିନରେ କେଶ ଝଡ଼ିବା ସମସ୍ୟାର ଉପଚାର
କେଶ ମୂଳର ଚର୍ମ ଏବଂ ଗ୍ରନ୍ଥିକୁ ଶୁଷ୍କରୁ ରକ୍ଷା କରିବା ପାଇଁ କେଶ ମୂଳରେ ତେଲ ମାଲିସ କରନ୍ତୁ । ତେଲ ମାଲିସ କଲେ, ଚର୍ମ ତଳେ ଥିବ ଶିରାପ୍ରଶିରାରେ ରକ୍ତ ସଞ୍ଚାଳନ ସନ୍ତୁଳନ ହୁଏ । ଯାହା କେଶର ଗ୍ରନ୍ଥକୁ ମଜଭୁତ କରାଏ । ବିଶେଷ କରି ଅଁଳା କିମ୍ବା ବାଦାମ ତେଲକୁ ଅଳ୍ପ ଉଷୁମ କରି କେଶ ମୂଳରେ ଆଙ୍ଗୁଠି ସାହାଯ୍ୟରେ ଧୀରେ ଧୀରେ ମାଲିସ କରନ୍ତୁ । ତେଲ ଚର୍ମରେ ଆଦ୍ରତା ଆଣେ ଏବଂ କେଶରେ ଚମକ ଆସେ ।

ଅଧିକ ଗରମ ପାଣିରେ ସ୍ନାନ କରନ୍ତୁ ନାହିଁ

ଶୀତଦିନରେ କେଶ ଝଡ଼ିବା ସମସ୍ୟାର ଉପଚାର
ଶୀତ ଦିନରେ ଆମେମାନେ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରୁ । କିନ୍ତୁ ଧ୍ୟାନ ରଖନ୍ତୁ ଯେ, ଅଧିକ ଗରମ ପାଣି ଶରୀର ପ୍ରତି ହାନୀକାରକ । ଗରମ ପାଣିରେ କେଶ ଧୋଇବା ସମୟରେ ପାାଣିକୁ ଥଣ୍ଡା କରି କିମ୍ବା ଅଳ୍ପ ଉଷୁମ କରି ବ୍ୟବହାର କରନ୍ତୁ । ଗରମ ପାଣି କେଶ ମୂଳରେ ବାଜିଲେ, ଲୋମ ଗ୍ରନ୍ଥି ଖୋଲି ଯାଏ । ଫଳରେ କେଶ ଅତି ସହଜରେ ଝଡ଼ିଯାଏ । ଏହାବ୍ୟତିତ କେଶକୁ ଷ୍ଟ୍ରେଟ୍‌ନିଂ, କର୍ଲିଂ ଏବଂ ବ୍ଲୋ ଡ୍ରାୟର କରନ୍ତୁ ନାହିଁ । ଶେକରେ ଏହିସବୁକୁ ବ୍ୟବହାର କଲେ କେଶ ଅଧିକ ଶୁଷ୍କ ହୋଇ ଝଡ଼ିଥାଏ ।

ମହୁ ଓ ନଡ଼ିଆ କ୍ଷୀର ମାସ୍କ

ଶୀତଦିନରେ କେଶ ଝଡ଼ିବା ସମସ୍ୟାର ଉପଚାର
କେଶର ସାମାନ୍ୟ ସମସ୍ୟାକୁ ଦୂର କରିବାକୁ ଚାହୁଁଥିଲେ, ପ୍ରାକୃତିକ ଉପାୟରେ ମାସ୍କ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ । କେଶ ଝଡ଼ିବା ସମସ୍ୟାକୁ କମ୍‌ କରିବାକୁ ହେଲେ, ମହୁ ଓ ନଡ଼ିଆ କ୍ଷୀରକୁ ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ । ତାହାକୁ କେଶର ମୂଳରୁ ଅଗ୍ରଭାଗ ଯାଏଁ ଲଗାନ୍ତୁ । ଏହାକୁ ୩୦ ମିନିଟ ପର୍ଯ୍ୟନ୍ତ ରଖି, ଉଷୁମ ପାଣିରେ କେଶକୁ ଧୁଅନ୍ତୁ । ଏହି ମାସ୍କ କେଶର ମୂଳ ଚର୍ମକୁ ପୋଷଣ ଦିଏ ଏବଂ ମହୁ କେଶର ପ୍ରାକୃତିକ ଚମକ ଆଣେ ।

ଶରୀରକୁ କରନ୍ତୁ ହାଇଡ୍ରୋଟେଡ୍‌

ଶୀତଦିନରେ କେଶ ଝଡ଼ିବା ସମସ୍ୟାର ଉପଚାର
ସବୁଜ ପନିପରିବା ସହିତ ମାଛ ଏବଂ ମାସଂ ଖାଆନ୍ତୁ । ଅଧିକ ପାଣି ପିଅନ୍ତୁ । ବିଶେଷ କରି ଭିଟାମିନ୍‌ ଏ, ଇ ଓ ବି ଥିବା ଖାଦ୍ୟ ଗ୍ରହଣ କରନ୍ତୁ । ଶୀତଦିନରେ ଶରୀରକୁ ଯେତେ ହାଇଡ୍ରୋଟେଡ୍‌ ରଖିବେ, ସେତେ କେଶ ପାଇଁ ଭଲ ।

Comments are closed.