ଆରବିଆଇ ଆରମ୍ଭ କରିବ ଡିଜିଟାଲ କରୋନ୍‌ସି

ଦିଲ୍ଲୀ: ଫେବୃଆରୀ ୧: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷର ଆର୍ଥିକ ବଜେଟ୍‌ ଉପସ୍ଥାପନ କରୁଛନ୍ତି । ଏହି ଅବସରରେ ଆରବିଆଇ ଦେଶରେ ଡିଜିଟାଲ କରେନ୍‌ସି ପ୍ରଚଳନ କରିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

କ୍ୟାପିଟାଲ ଏକ୍ସପେଣ୍ଡିଚର ୫.୫୪ ଲକ୍ଷ କୋଟିରୁ ୭.୫ ଲକ୍ଷ କୋଟିକୁ ବୃଦ୍ଧି କରାଯିବ । କ୍ୟାପିଟାଲ ଏକ୍ସପେଣ୍ଡିଚର ମୋଟ୍‌ ଜିଡିପିର ୪% ରହିବ । ୨୦୨୨-୨୩ରେ ଡିଜିଟାଲ କରେନ୍ସି ଆରମ୍ଭ କରାଯିବ । ଏହାହସିତ ରାଜ୍ୟମାନଙ୍କୁ ବିନା ସୁଧରେ ୧ ଲକ୍ଷ କୋଟିର ଋଣ ଯୋଗାଇ ଦିଆଯିବ । ଏନେଇ ୨୦୨୨-୨୩ରେ ମୋଟ ୩୯.୪୫ ଲକ୍ଷ କୋଟି ବ୍ୟୟବରାଦ ଲକ୍ଷ୍ୟ ରହିଛି । ଜିଏସ୍‌ଡିପିି ୬.୪ ପ୍ରତିଶତ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ କରାଯାଇଛି ।

Comments are closed.