ଏଣେତେଣେ ରଖନ୍ତୁନି ମାସ୍କ

ସାଧାରଣତଃ ଲୋକମାନେ ଏବେ ମାସ୍କ ବ୍ୟବହାର କରିବା ପରେ ତାହାକୁ ବ୍ୟାଗ୍‌, ଝରକା, କବାଟ ହୁକରେ, ପର୍ସରେ, କାର୍‌ର ଡେସବୋର୍ଡ କିମ୍ବା ପକେଟରେ ରଖୁଛନ୍ତି । ମାସ୍କକୁ ଏଣେତେଣେ ରଖିବା ଏବେ ଲୋକଙ୍କ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି, ହେଲେ ଏହି ଅଭ୍ୟାସ ଠିକ୍‌ ନୁହେଁ । ଆମେରିକୀୟ କମ୍ପାନୀ କ୍ଲୋରୋକ୍ସର ରିସର୍ଚ୍ଚ ଅନୁସାରେ ଆପଣଙ୍କ କାରରେ ସବୁଠୁ ଅଧିକ ବ୍ୟାକେଫରିଆ ଡ୍ରାଇଭରର ସାଇଡ୍‌ ଫ୍ଲୋର ମ୍ୟାଟ୍‌ରେ ମିଳିଥାଏ ।

ତେଣୁ କାରର ଫ୍ଲୋର ଉପରେ ଯଦି ଆପଣଙ୍କ ମାସ୍କ ଭୁଲରେ କିମ୍ବା ଅସାବଧନତା ଯୋଗୁଁ ପଡ଼ିଯାଏ, ତାହେଲେ ଏହି ମାସ୍କକୁ ଦ୍ୱିତୀୟ ଥର ବ୍ୟବହାର କରିବାର ଭୁଲ କରନ୍ତୁ ନାହିଁ । ସମଗ୍ର ଦୁନିଆର ବିଶେଷଜ୍ଞ ଏନ୍‌୯୫, କେଏନ୍‌୯୫ ଏବଂ କେଏଫ୍‌୯୪ ପରି ହାଇ କ୍ୱାଲିଟି ଏବଂ ମେଡିକାଲ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଉଛନ୍ତି । କେବଳ ମାସ୍କ ପିନ୍ଧିବା ଯଥେଷ୍ଟ ନୁହେଁ । ଏବେ ଆମକୁ ପୂର୍ବାପେକ୍ଷା ଅଧିକ ମାସ୍କର ଯତ୍ନ ନେବା ଜରୁରୀ ହୋଇପଡ଼ିଛି । କାରଣ କରୋନାର ନୂଆ ଭାରିଆଣ୍ଟ କେବେ ଏବଂ କେତେ ମାତ୍ରରେ ବିପଦ ଆଣିପାରେ, ତାହା କେହି ବି ଜାଣିନାହାନ୍ତି । ଯଦି ଆପଣ ମାସ୍କକୁ ସୁରକ୍ଷିତ ଉପାୟରେ ବ୍ୟବହାର ନକରୁଛନ୍ତି ସଂକ୍ରମଣର ଶିକାର ହୋଇପାରନ୍ତି ।
 ଏଣେତେଣେ ରଖନ୍ତୁନି ମାସ୍କ
ଆମେରିକୀୟ ସ୍ୱାସ୍ଥ୍ୟ ଏଜେନ୍ସି ସିଡିସି ଅନୁସାରେ, ହେଲ୍‌ଥ ୱାର୍କର ରେସ୍ପିରେଟର ମାସ୍କର ବ୍ୟବହାର ଅତି କମ୍‌ ୫ ଦିନ ପର୍ଯ୍ୟନ୍ତ କରିପାରନ୍ତି । ମେଡିକାଲ ସମ୍ବନ୍ଧୀୟ କାର୍ଯ୍ୟ କରୁଥିଲେ ପୁରା ଦିନରେ ଗୋଟିଏ ମାସ୍କ ବ୍ୟବହାର କରିପାରିବେ ।

ତେବେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ସାଧାରଣ ଲୋକ ମେଡିକାଲ କର୍ମଚାରୀଙ୍କ ପରି ଗୋଟିଏ ମାସ୍କକୁ ୫ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ନାହିଁ । କାରଣ ମେଡିକାଲ କର୍ମଚାରୀ ଗୋଟିଏ ଦିନରେ ୮ ଘଣ୍ଟା ଲଗାତାର କାମ କରୁଥିବା ବେଳେ ସାଧାରଣ ଲୋକ ସର୍ବାଧିକ ୧୫ରୁ ୩୦ମିନିଟ ପର୍ଯ୍ୟନ୍ତ ମାସ୍କ ପିନ୍ଧୁଛନ୍ତି । ନିଜ ହିସାବରେ ସାଧାରଣ ଲୋକ ମାସ୍କ ବାହାର କରନ୍ତି ଏବଂ ପୁଣି ଥରେ ପିନ୍ଧନ୍ତି । ଯେହେତୁ ଏହା ଖୁବଶୀଘ୍ର ମଇଳା ହୋଇଯାଉଥିବାରୁ ଜଣେ ବ୍ୟକ୍ତି ୪୦ ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ ମାସ୍କକୁ ବ୍ୟବହାର କରିପାରିବେ ନାହିଁ ।

ଆଉ ଜଣେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ହାଇ କ୍ୱାଲିଟି ମାସ୍କକୁ ସଫା କରିବାର ପ୍ରୟାସ କରନ୍ତୁ ନାହିଁ । ମାସ୍କକୁ ଧୋଇବା, ଆଲକହଲ ଦ୍ୱାରା ସାନିଟାଇଜ୍‌ କରିବା କିମ୍ବା ଖରାରେ ସଫା କରିବା ଉଚିତ୍‌ ନୁହେଁ । ଏପରି କଲେ ମାସ୍କ ଖରାପ ଏବଂ କମ୍‌ ପ୍ରଭାବଶାଳୀ ହୋଇଯିବ । ତେଣୁ ମାସ୍କକୁ କାଗଜ, ଜାଲି ବ୍ୟାଗ୍‌ କିମ୍ବା ସଫା ଥାକରେ ରଖନ୍ତୁ । ମାସ୍କ ଛୁଇଁବା ପୂର୍ବରୁ ଆପଣ ନିଜ ହାତକୁ ଧୁଅନ୍ତୁ । ମାସ୍କକୁ ସର୍ବଦା ଏହାର ଷ୍ଟ୍ରିପରୁ ଧରନ୍ତୁ ଏବଂ ମାସ୍କ ପିନ୍ଧୁ ନଥିଲେ ପବନ ବାଜୁଥିବା ସ୍ଥାନରେ ରଖନ୍ତୁ ।

Comments are closed.