ଦିଲ୍ଲୀ: ଫେବୃଆରୀ ୧୬: ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କର ଆଜି ହରିୟାଣାର ସୋନିପତଠାରେ ସଡ଼କ ଦୁର୍ଘଟଣାରେ ମୃତୁ୍ୟ ହୋଇଛି । କୁଣ୍ଡଲି-ମାନେଶ୍ୱର-ପଲୱାର ଏକ୍ସପ୍ରେସ େୱର ପିପଲି ଟୋଲ ନିକଟରେ ଛିଡା ହୋଇଥିବା ଏକ ଟ୍ରକ୍ ପଛରୁ ଦୀପ ସିଦ୍ଧୁଙ୍କ କାର ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ ବୋଲି ସୂଚନା ମିଳିଛି । ସେ ଏକ ଧଳା ରଙ୍ଗର ସ୍କର୍ପିଓ ଚଲାଉଥିଲେ ।
ସାଥୀରେ ତାଙ୍କ ବାନ୍ଧବୀ ଅଭିନେତ୍ରୀ ରୀନା ରାଏ ରହିଥିଲେ । ଦୁର୍ଘଟଣା ସମୟରେ ଗାଡ଼ିରେ ଥିବା ଏୟାର ବ୍ୟାଗ୍ ଖୋଲିଯାଇଥିଲା ଓ ସେ ବର୍ତ୍ତିଯାଇଥିଲେ । ହେଲେ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି ।
ପୋଲିସ ସୂଚନା ଅନୁସାରେ, ରୀନା ଗାଡ଼ିର ବାମ ପଟରେ ବସିଥିଲେ ଓ ସିଟ୍ ବେଲଫ ଲଗାଇଥିଲେ । ଦୁର୍ଘଟଣା ସମୟରେ ଦୀପ ପାଖ ଏୟାର୍ ବ୍ୟାଗ ଖୋଲିଥିଲା , ହେଲେ ଦୁର୍ଭାଗ୍ୟବସତଃ ତାହା ସାଙ୍ଗେ ସାଙ୍ଗେ ଫାଟି ଯାଇଥିଲା ।
ସୂଚନା ଯୋଗ୍ୟଯେ, ଦୀପ ସିଦ୍ଧୁ ଲାଲକିଲ୍ଲା ହିଂସା ଘଟଣାରେ ଅନ୍ୟତମ ଅଭିଯୁକ୍ତ ଥିଲେ । ଏହି ମାମଲାରେ ସେ ଜାମିନରେ ଥିଲେ । ଦୀପ ସିଦ୍ଧୁ ଜଣେ ଅଭିନେତା ଓ ସାମାଜିକ କର୍ମୀ ହିସାବରେ ବେଶ ଲୋକପ୍ରିୟ ଥିଲେ । ୨୦୨୧ ଗଣତନ୍ତ୍ର ଦିବସରେ ଅନୁଷ୍ଠିତ ଟ୍ରାକ୍ଟର ରାଲି ବେଳେ ପ୍ରବଳ ହିଂସାକାଣ୍ଡ ଘଟିଥିଲା । ଟ୍ରାକ୍ଟର ରାଲି ଆଳରେ କିଛି ଉପଦ୍ରବକାରୀ ଲାଲକିଲ୍ଲାରେ ପ୍ରବେଶ କରି ପତାକା ଉଡ଼ାଇଥିଲେ । ସେମାନଙ୍କ ମଧ୍ୟରେ ଦୀପ ରହିଥିଲେ ।
Comments are closed.