ତେଜପତ୍ର ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରେ ସହଜରେ ଉପଲବ୍ଧ । କୌଣସି ତରକାରୀରେ ତେଜପତ୍ର ପଡ଼ିଲେ ଏହାର ସ୍ୱାଦ ଦ୍ୱିଗୁଣିତ ହୋଇଯାଇଥାଏ । ହେଲେ କ’ଣ ଆପଣ ଜାଣନ୍ତି ତେଜପତ୍ର ଖାଲି ତରକାରୀର ସ୍ୱାଦ ବଢାଇ ନଥାଏ, ବରଂ ଏହାର ରହିଛି ଅନେକ ସ୍ୱାସ୍ଥ୍ୟପୋକାରୀ ଗୁଣ । ଏହାକୁ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଶରୀରର ଅନେକ ରୋଗ ଦୂର ହୋଇଥାଏ ।
କିଡ୍ନୀ ରୋଗ ଦୂର କରିବାରେ ସହାୟକ ହୋଇଥାଏ:
ତେଜପତ୍ର ସେବନ ଦ୍ୱାରା କିଡ୍ନୀ ରୋଗରେ ପୀଡ଼ିତ ଲୋକଙ୍କୁ ଅନେକ ଫାଇଦା ମିଳିଥାଏ । ବିଭିନ୍ନ ବ୍ୟଞ୍ଜନରେ ଏହାକୁ ପକାଇଲେ, କିଡନୀରେ ଷ୍ଟୋନ ସୃଷ୍ଟି ହୁଏ ନାହିଁ । ଏହାଦ୍ୱାରା ପରିସ୍ରା ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ମଧ୍ୟ ଦୂର ହୋଇଥାଏ ।
ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ:
ଅନେକ ଲୋକଙ୍କୁ ଖାଦ୍ୟ ହଜମ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଭୋଜନ କରିବା କ୍ଷଣି ସେମାନଙ୍କୁ କୋଷ୍ଠକାଠିନ୍ୟ, ଗ୍ୟାସ୍ ଜନିତ ରୋଗ ଭଳି ସମସ୍ୟା ହୋଇଥାଏ । ଏମିତିରେ ଯଦି ସେମାନେ ତେଜପତ୍ର ପଡ଼ିଥିବା ଖାଦ୍ୟ ଖାଇବେ ତେବେ ପେଟ ସହ ଜଡ଼ିତ ସମସ୍ୟାରୁ ଅନେକ ମାତ୍ରାରେ ଉପଶମ ପାଇପାରିବେ ।
ଆଖି ଏବଂ ରକ୍ତ ପାଇଁ ଲାଭଦାୟକ:
ତେଜପତ୍ରରେ ଭିଟାମିନ ସି- ଏବଂ ଭିଟାମିନ୍-ଏ ଥାଏ । ଏହି ଦୁଇ ଭିଟାମିନ୍ ଆମ ଶରୀରର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ-ସି ଆମ ଶରୀରରେ ଧଳା ରକ୍ତ କଣିକାକୁ ବାରମ୍ବାର କାମ କରିଥାଏ । ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧ କ୍ଷମତା ମଜଭୁତ ହୋଇଥାଏ । ସେହିପରି ଭିଟାମିନ-ଏ ଦୃଷ୍ଟିଶକ୍ତି ବଢ଼ାଇଥାଏ ।
ଇନସୁଲିନକୁ ନିୟନ୍ତ୍ରଣ କରେ:
ଯେଉଁମାନେ ମଧୁମେହ ରୋଗୀ ସେମାନଙ୍କ ପାଇଁ ତେଜପତ୍ର କୌଣସି ବରଦାନଠୁ କମ୍ ନୁହେଁ । ମଧୁମେହ ରୋଗୀମାନେ ଏହାକୁ ସେବନ କଲେ, ଏହା ସେମାନଙ୍କ ଇନସୁଲିନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଆପଣ ଭାତ, ଡାଲି କିମ୍ବା ପଲଉରେ ତେଜପତ୍ର ପକାଇ ଖାଇ ପାରିବେ । ନଚେତ୍ ସୁପ୍ ରେ ମଧ୍ୟ ଏହାର ଛୋଟ ଛୋଟ ଖଣ୍ଡ ପକାଇ ସେବନ କରି ପାରିବେ ।
ଅନିଦ୍ରା ସମସ୍ୟା ଦୂର କରିଥାଏ:
ଯଦି ଆପଣ ଅନିଦ୍ରା ସମସ୍ୟାରେ ପୀଡ଼ିତ, ତେବେ ତେଜପତ୍ର ଆପଣଙ୍କ ପାଇଁ ରାମବାଣ ଭଳି କାମ କରିବ । ଆପଣ ରାତିରେ ଶୋଇବା ପୂର୍ବରୁ ତେଜପତ୍ର ସେବନ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ତେଜପତ୍ର ତେଲର କିଛି ବୁନ୍ଦା ଗରମ ପାଣିରେ ମିଶାଇ ପିଇଲେ ଭଲ ନିଦ ଆସିଥାଏ ।
Comments are closed.