ସାମଗ୍ରୀ- ଗୋଟେ ବର୍ଗର ବନ୍, ସିଝା ଆଳୁ ଏକଟା, ଅଧାକପ ସିଝା ରାଜମା, ଅଧା କପ୍ ମଟର, ଅଧା ଚାମଚ ଲଙ୍କା ଗୁଣ୍ଡ, ଅଳ୍ପ ମରିଚ ଗୁଣ୍ଡ, କଟାହୋଇଥିବା ପିଆଜ ଓ ଟମାଟୋ, ବ୍ରେଡ୍କ୍ରମ, କର୍ଣ୍ଣଫ୍ଲୋର୍ ।
ପ୍ରଣାଳୀ – ଗୋଟିଏ ପାତ୍ରରେ ରାଜମା,ଆଳୁ, ମଟର, ଛୋଟ ଛୋଟ ପାଉଁରୁଟି ଖଣ୍ଡ ସହିତ ବିଭିନ୍ନ ମସଲା ପକାଇ ଗୋଳାନ୍ତୁ । ଏହାକୁ ଟିକି ଆକାରରେ କରି କର୍ଣ୍ଣଫ୍ଲୋର ଆଣରେ ବୁଡାଇ ବ୍ରେଡ୍କ୍ରମ ଲଗାଇ ଛାଣନ୍ତୁ । ଏହାପରେ ବନ୍କୁ ଅଳ୍ପ ସମୟ ପାଇଁ ଟୋଷ୍ଟ କରନ୍ତୁ । ପରେ ସମସ୍ତ ଜିନିଷକୁ ମିଶାଇ ବର୍ଗର ପ୍ରସ୍ତୁତ କରନ୍ତୁ । ପ୍ରଥମେ ବନ୍ରେ ପସନ୍ଦ ହିସାବରେ ସସ୍ ଲଗାନ୍ତୁ ଏହାପରେ ଟିକିକୁ ରଖନ୍ତୁ । ଏହାପରେ ଟମାଟୋ, ପିଆଜ ରଖନ୍ତୁ ଓ ବନ୍ର ଅପରପାଶ୍ୱର୍କୁ ଏହା ଉପରେ ରଖି ପ୍ରସ୍ତୁତ କରନ୍ତୁ ରାଜମା ପେଟି ବର୍ଗର ।
Comments are closed.