ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ: ପିଲାଙ୍କ ମନୋରଞ୍ଜନ ପାଇଁ ହେବ ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଫେବୃଆରୀ ୨୪: ଆସନ୍ତା ୨୮ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଏହା ପୂର୍ବରୁ ୨୬ରେ ହେବ ପ୍ୟାରେଣ୍ଟସ ମିଟିଂ । ସେହିପରି ୨୫ରୁ ୨୮ ତାରିଖ ମଧ୍ୟରେ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯିବ ।ତେବେ ଚଳିତ ଥରର ପିଲାମାନଙ୍କ ମଧ୍ୟରୁ ଆଦୌ ଶିକ୍ଷାନୁଷ୍ଠାନ ଦେଖି ନଥିବା ଛାତ୍ରଛାତ୍ରୀ ସିଧାସଳଖ ଦ୍ୱିତୀୟ ଶ୍ରେଣୀକୁ ଯିବେ । ପ୍ରଥମ ସପ୍ତାହରେ ପିଲାଙ୍କର ପାଠ ପଢା ପରିବର୍ତ୍ତେ ସାମାଜିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ଏହି ୬ ଦିନ ଖେଳକୁଦ, ନାଚ, ଗୀତ, ବିଭିନ୍ନ ପ୍ରତିଯୋଗିତା ଆଦି ମାଧ୍ୟମରେ ପିଲାଙ୍କ ମନ ସ୍କୁଲ ସହ ଲାଗି ରହିବାକୁ ପ୍ରୟାସ କରାଯିବ । ଏହାପରେ ପରବର୍ତ୍ତୀ ତିନି ଦିନରେ ପିଲାଙ୍କର ତିନୋଟି ପରୀକ୍ଷା କରାଯିବ । ତିନି ଦିନରେ ଛାତ୍ରଛାତ୍ରୀ ଗଣିତ, ସାହିତ୍ୟ ଓ ଇଂରାଜୀ ଭାଷାରେ ଦକ୍ଷତା ପରୀକ୍ଷା ତଥା ବେସଲାଇନ୍ ଦେବେ । ମାର୍ଚ୍ଚ ୯ରେ ଭାଷା, ୧୦ରେ ଗଣିତ ଓ ୧୧ ତାରିଖରେ ଇଂରାଜୀ ପରୀକ୍ଷା କରାଯିବା ନେଇ ସୂଚନା ରହିଛି।

Comments are closed.