ସାମଗ୍ରୀ – ଅଳ୍ପ ପରିମାଣ କେଶର, ୧୦ର ୧୨ଟି ପେସ୍ତା ବାଦାମ, ସର କଢା ଖୀର, ୩ ଚାମଚ ବାସୁମତି ଚାଉଳ, ଆଳ୍ପ ପରିମାଣ ଗୁଜୁରାତି ଗୁଣ୍ଡ, ୩ଚାମଚ ସୁଇଟନର ।
ପ୍ରଣାଳୀ- ପ୍ରଥମେ କ୍ଷୀରକୁ ସିଝିବା ପାଇଁ ବସାଇ ଦିଅନ୍ତୁ । ଏହାକୁ କମ୍ ଆଞ୍ଚରେ ସିଝିବାକୁ ଦିଅନ୍ତୁ । ସିଝାଉଥିବା କ୍ଷୀର ଅଧା ହେବା ଯାଏଁ ଏହାକୁ ଫୁଟାନ୍ତୁ । ଏହାପରେ ଏଥିରେ ଚାଉଳ ଓ ଅଳ୍ପ ପାଣି ପକାଇ ଗୋଳାନ୍ତୁ । ଚାଉଳ ପଡିବା ପରେ ଏହାକୁ ଗୋଟେ ଫୁଟଣ ଦିଅନ୍ତୁ । ଯେତେବେଳେ ଚାଉଳ ସିଝିବା ସହ ଏହା ବହଳା ହେବା ଆରମ୍ଭ ହେବ ସେ ସମୟରେ ଆଞ୍ଚ କମାଇ ଦିଅନ୍ତୁ । ଏହାକୁ ତଳକୁ କାଢିବାପରେ ଏଥିରେ ସୁଇଟ୍ନର ମିଶାନ୍ତୁ । ଥଣ୍ଡା ହେବା ପରେ ଏଥିରେ ବାଦାମ କଟା ପକାନ୍ତୁ ଓ ଫ୍ରିଜ୍ରେ ୨ଘଣ୍ଟା ପାଇଁ ରଖନ୍ତୁ । ଏହାକୁ ସର୍ବଦା ଥଣ୍ଡା ପରଷନ୍ତୁ ।
Comments are closed.