ବଳବତ୍ତର ରହିବ ମଙ୍କଡ୍‌ ଆଉଟ: ଆଇସିସି

ଦୁବାଇ: ମାର୍ଚ୍ଚ ୧୦: ଅନ୍ତର୍ଜାତୀୟ କ୍ରିକେଟ୍ରେ କିଛି ବିବାଦୀୟ ନିୟମକୁ ଆଇସିସି ପରିବର୍ତ୍ତନ କରିବାକୁ ଯାଉଛି । ତେବେ ବହୁ ଦିନରୁ ଭାଇରାଲ ହେଉଥିବା ମଙ୍କଡ୍ ଆଉଟକୁ ସବୁଜ ସଂକେତ ଦେଇଥିବାବେଳେ କ୍ୟାଚ୍ ଆଉଟ୍, ଫିଲ୍ଡ ସଜ୍ଜା ନିୟମରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି । ମୋଟ୍ ଉପରେ ୯ଟି ନୂଆ ଏବଂ ପରିବର୍ତ୍ତିତ ନିୟମ ଲାଗୁ କରିବାକୁ ଆଇସିସି ନିଷ୍ପତ୍ତି ନେଇଛି । ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ସମସ୍ତ ନୂଆ ନିୟମ କାର୍ଯ୍ୟକାରୀ କରାଯିବ । ମଙ୍କଡ୍ ଆଉଟ୍ କରିବା ଖେଳୁଆଡ ମନୋଭାବର ପରିଚୟ ନୁହେଁ ବୋଲି ସର୍ବଦା ମତ ପ୍ରକାଶ ପାଉଥିଲା । ତେବେ ଆଇସିସି ଏହି ନିୟମକୁ ଅପରିବର୍ତ୍ତିତ ରଖିଛି । କେବଳ ଧାରା ୪୧ରୁ ଏହାକୁ ବାଦ ଦିଆଯାଇ ଧାରା ୩୮ବର୍ଗରେ ସାମିଲ କରାଯାଇଛି । ଏଣକି ରନ୍ ଆଉଟ୍ ନାମରେ ପରିଚୟ ପାଇବ ମଙ୍କଡ୍ ଆଉଟ୍ । ବୋଲର ଜଣକ ବଲ୍ ପକାଇବା ପୂର୍ବରୁ ବୋଲିଂ ୱିକେଟ୍ ପଟେ ଥିବା ବ୍ୟାଟର ଆଗୁଆ କ୍ରିଜ୍ ଛାଡ଼ିଲେ ବୋଲର ଜଣକ ତାଙ୍କୁ ଆଉଟ୍ କରିପାରିବେ । ଏହା ରନ୍ ଆଉଟରେ ଗଣନା କରାଯିବ ।

Comments are closed.