ଆସନ୍ତାକାଲି ପୌରାଞ୍ଚଳର ଭୋଟ ଆରମ୍ଭ

ଭୁବନେଶ୍ୱର: ମାର୍ଚ୍ଚ ୨୩: ଆସନ୍ତାକାଲିଠୁ ପୌରାଞ୍ଚଳ ଭୋଟ ଆରମ୍ଭ ହେବ । କୌଣସି ବ୍ୟକ୍ତି ଦୁଇଥର ଭୋଟ ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେଇ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ଏଥିସହିତ ରାଜ୍ୟ ନିର୍ବାଚନ କମିଶନ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରିଛନ୍ତି ।

* ୧୦୬ ପୌର ପରିଷଦ ଓ ଏନ୍‌ଏସି ପାଇଁ ଭୋଟ ଗ୍ରହଣ କରାଯିବ । ମତଦାନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଭୋଟ୍‌ ଗ୍ରହଣ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ୧୯୫ ପ୍ଲାଟୁନ ପୋଲିସ ମୁତୟନ କରାଯିବ ।

* ମୁ୍ୟନିସିପାଲଟି ଏବଂ ଏନ୍‌ଏସିର ୧୬୭୨ ୱାର୍ଡରେ ଏବଂ ୩ଟି ମହାନଗର ନିଗମର ୧୬୫ ୱାର୍ଡରେ ନିର୍ବାଚନ ହେବ ।

* ପୌର ନିର୍ବାଚନରେ ଭୋଟ୍‌ ଦେବେ ୪୦ ଲକ୍ଷରୁ ଅଧିକ ଭୋଟର । ମୋଟ୍‌ ୪୦ ଲକ୍ଷ ୫୫ ହଜାର ୫୩ ଜଣ ମତାଧିକାର ସାବ୍ୟସ୍ତ କରିବେ ।

* ପ୍ରତ୍ୟେକ ବୁଥ୍‌ରେ ରହିବ ୨ଟି ଇଭିଏମ୍‌ ।

* ମାର୍ଚ୍ଚ ୨୪ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ହେବ ମତଦାନ ।

* ୨୬ ତାରିଖ ସକାଳ ୮ରୁ ଭୋଟ ଗଣତି ଆରମ୍ଭ ହେବ ।

* ଭୋଟ କାର୍ଯ୍ୟରେ ନିଯୁକ୍ତି ହେବେ ୨୨ ହଜାର ପୋଲିଂ କର୍ମଚାରୀ ।

* ନିର୍ବାଚନ କାର୍ଯ୍ୟରେ ରହିବେ ୩୦୦ ମୋବାଇଲ ପାର୍ଟି ।

* ୩ଟି ମହାନଗର ନିଗମର ୪୭ଟି ପୌରପରିଷଦ ଏବଂ ୫୯ଟି ଏନ୍‌ଏସି ପାଇଁ ପଡ଼ିବ ଭୋଟ୍‌ ।

* ବ୍ରହ୍ମପୁର ମହାନଗର ନିଗମରେ ୩ଟି ୱାର୍ଡ ଏବଂ ଅନ୍ୟ ମୁ୍ୟନିସିପାଲଟି ଓ ଏନ୍‌ଏସିର ୫୮ଟି ୱାର୍ଡରେ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀ ନିଦ୍ୱନ୍ଦରେ ନିର୍ବାଚିତ ହେବେ ।

Comments are closed.