ଖପ୍ରାଖୋଲ: ବଲାଙ୍ଗିର ଖପ୍ରାଖୋଲ ବ୍ଲକ ହରିଶଙ୍କରଠାରେ ମିଶନଶକ୍ତି ପାନ୍ଥ ନିବାସ ଓ କାଫେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ ମେହେର , ସମ୍ମାନିତ ଅତିଥି ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ,ଉପାଧ୍ୟକ୍ଷା ମିଥିଲା ମାଝୀ , ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା , ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ମହାଜନ ,ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ , ଖପ୍ରାଖୋଲ ବ୍ଲକ ଅଧାକ୍ଷା ନିରୁପମା ପଟେଲ,ସହକାରୀ ଯନ୍ତ୍ରୀ ସୋମ୍ୟ କିଶୋର ଜୟପୁରିଆ ପ୍ରମୁଖ ଯୋଗଦେଇଥିଲେ ।
ହରିଶଙ୍କରଠାରେ ଥିବା ପାନ୍ଥ ନିବାସକୁ ପରିବର୍ତ୍ତିତ କରି ପର୍ଯ୍ୟଟକଙ୍କ ରହିବା ଖାଇବା ପାଇଁ ଉତ୍ତମ ମାନର ବ୍ୟବସ୍ଥା ସହ ଶୀତ ତାପ ନିୟନ୍ତ୍ରିତ ବ୍ୟବସ୍ଥାର କରାଯାଇଛି । ମିଶନଶକ୍ତି ଜରିଆରେ ମହିଳା ଏସଏଚଜିମାନଙ୍କୁ ସଶକ୍ତ କରି ପନ୍ଥାନିବାସ ଓ କାଫେର ଦାଇତ୍ୱ ହସ୍ତାନ୍ତର କରାଯାଇଥିଲା । ସେଠାରେ ପର୍ଯ୍ୟଟକଙ୍କୁ ଉତ୍ତମମାନର ଖାଦ୍ୟ ମିଳିବା ସହିତ ଚାହିଦା ଅନୁସାରେ ମନ୍ଦିର ଅବଢ଼ା ମଧ୍ୟ ମିଳିବ । ଉଦଘାଟନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ନାନ୍ଦୁପଲା ସରପଞ୍ଚ ନେଳେନ୍ଦ୍ରୀ ପୁଝାରୀ , ମିଶନ ଶକ୍ତି ଜିଲ୍ଲା ସଂଯୋଜିକା ସୁମନ ତ୍ରିବେଦୀ , ସୂର୍ଯ୍ୟଭାନୁ ମେହେର , ଖିରଧର ବରିହା , ମାନସ ଠାକୁର ,ବଳରାମ ବେହେରା , ମିଶନ ଶକ୍ତିର ମହିଳା ମାନେ ଉପସ୍ଥିତ ଥିଲେ ।
Comments are closed.