୨୪ ଘଣ୍ଟାରେ ଦେଶରେ କରୋନା ୧,୦୩୩ ଜଣ ସଂକ୍ରମିତ ଏବଂ ୧,୨୨୨ ସୁସ୍ଥ

ଦିଲ୍ଲୀ: ଏପ୍ରିଲ ୦୭ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧, ୦୩୩ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୦ ଲକ୍ଷ ୩୧ ହଜାର ୯୫୮ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଆଜି ୧ ହଜାର ୨୨୨ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୭୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୪ ଲକ୍ଷ ୯୮ ହଜାର ୭୮୯ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।

୨୪ ଘଣ୍ଟାରେ ଦେଶରେ ୪୩ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟ; ଦେଶରେ ୫ ଲକ୍ଷ ୨୧ ହଜାର ୫୩୦ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି ।

ଦେଶରେ ଦୈନିକ ସଂକ୍ରମଣ ହାର ୦. ୨୧ ପ୍ରତିଶତ ରହିଥିଲା ବେଳେ ସାପ୍ତାହିକ ସଂକ୍ରମଣ ହାର ୦.୨୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୧୮୫. ୨୦ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।

Comments are closed.