ନୂଆଦିଲ୍ଲୀ: ଅପ୍ରେଲ ୧୪: ନେହେରୁଙ୍କ ସ୍ମୃତିରେ ନେହେରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀ ନିର୍ମାଣ କରାଯାଇଛି । ଏହି ମ୍ୟୁଜିୟମଟି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ବଖାଣିବ ବୋଲି କହିଛନ୍ତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ।ପ୍ରଧାମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ମ୍ୟୁଜିୟମଟି ଦେଶର ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ଜନତାଙ୍କ ସମ୍ମୁଖରେ ଉପସ୍ଥାପନା କରିବ । ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ମୂଖ୍ୟ ଶାସନ ତଥା ୧୯୬୭ ମସିହାରେ ଅବସରପ୍ରାପ୍ତ ଆଇଏସ୍ ଅଧିକାରୀ ନୃପେନ୍ଦ୍ର ମିଶ୍ରା କହିଛନ୍ତି କି ଆଜିଠାରୁ ଏହି ସଂଗ୍ରହାଳୟ ଖୋଲାଯିବ ।ଏହି ମ୍ୟୁଜିୟମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ମନମୋହନ ସିଂଙ୍କ ସମେତ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କର ଜୀବନୀ, କାର୍ଯ୍ୟ ଓ ପ୍ରଚେଷ୍ଟା ଆଦିକୁ ପ୍ରଦର୍ଶିତ କରାଯାଇଛି ।ଦେଶ ଗଠନରେ ଜବାହାରଲାଲ ନେହେରୁଙ୍କ ଭୂମିକାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ସେଥିପାଇଁ ନେହେରୁଙ୍କ ସମ୍ପର୍କିତ ଅନେକ ବିଷୟବସ୍ତୁକୁ ମ୍ୟୁଜିୟମରେ ପ୍ରଦର୍ଶିତ କରାଯାଇଛି ।ଏହି ମ୍ୟୁଜିୟମକୁ ଅଧିକ ବିସ୍ତୃତ ଭାବରେ ବିକଶିତ କରାଯିବାର ଯୋଜନା କରାଯାଉଛି ବୋଲି ନହେରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀର ଅଧ୍ୟକ୍ଷ କହିଛନ୍ତି । ଏନେଇ ନୃପେନ୍ଦ୍ର ମିଶ୍ରା କହିଛନ୍ତି ଯେ, ୧୯୪୭ ମସିହାରୁ ଦେଶର ଗଣତନ୍ତ୍ର ବିକାଶରେ ଯାହା ସବୁ ଘଟିଛି ସେହିସବୁକୁ ପ୍ରଧାମନ୍ତ୍ରୀ ସଂଗ୍ରହାଳୟରେ ପ୍ରଦର୍ଶିତ କରାଇଛି । ତେବେ ଦେଶ ତଥା ଦେଶବାସୀ ଏନେଇ ଉପକୃତ ହେବା ଆଶାରେ ଏଭଳି ପଦକ୍ଷେପ ନିଆଯାଇଛି । ଏହି ମ୍ୟୁଜିୟମ ଦ୍ୱାରା ଦେଶର ପ୍ରତିଟି ପ୍ରଧାନମନ୍ତ୍ରୀଙ୍କ ଭୂମିକା ଓ ଅବଦାନକୁ ପ୍ରଦର୍ଶିତ କରାଯାଇଛି ।
Comments are closed.