ହକି ଖେଳକୁ ଲୋକପ୍ରିୟ କରିବା ପାଇଁ ପ୍ରଶାସନର ଉଦ୍ୟମ

ଝାରସୁଗୁଡ଼ା : ଓଡିଶାରେ ଝାରସୁଗୁଡା ଜିଲ୍ଳା ହକି କ୍ଷେତ୍ରରେ ଏକ ବିଶେଷ ସ୍ଥାନ ସୃଷ୍ଟି କରିବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଉଦ୍ୟମକୁ ଖେଳ ପ୍ରେମୀ ବେଶ ପ୍ରଶଂସା କରିଛନ୍ତି । ବର୍ତମାନ ରାଜ୍ୟ ସରକାର ଜାତୀୟ ହକି ଖେଳକୁ ଗୁରୁତ୍ୱ ଦେଉ ଥିବା ବେଳେ ଝାରସୁଗୁଡା ଜିଲ୍ଳାପାଳ ସରୋଜ କୁମାର ସାମଲ ଜିଲ୍ଳାରେ ଥିବା ସ୍କୁଲ ଗୁଡିକରେ ହକି ଖେଳକୁ ଲୋକ ପ୍ରିୟ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି । ସ୍କୁଲରେ ପିଲାମାନଙ୍କୁ ହକି ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଜିଲ୍ଳା ଶିକ୍ଷା ଅଧିକାରୀ ଏବଂ ଜିଲ୍ଳାରେ ଥିବା ସ୍କୁଲ ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଳାରେ ଥିବା ସରକାରୀ ଓ ବେସରକାରୀ ସ୍କୁଲ ମାନଙ୍କରେ ବାଳକ ଓ ବାଳିକା ମାନେ କିପରି ହକି ଖେଳ ରେ ଶିକ୍ଷା ଲାଭ କରିବେ ସେଥିପାଇଁ ଏକ ଯୋଜନା ପ୍ରସ୍ତୁତି କରାଯାଇଛି ।

ଏହି ଯୋଜନା ଉପରେ ଆଲୋଚନା ପାଇଁ ଏକ ବୈðଠକ ଆଜି ସକାଳ ୧୦ ଟାରେ ଝାରସୁଗୁଡା ଜିଲ୍ଳା ଡି.ଏମ.ଏଫ ସମ୍ମିଳନୀ ଗୃହରେ ଅତିରିକ୍ତ-ଜିଲ୍ଳାପାଳ ପ୍ରବୀର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିଲା । ଆଲେଚନାରେ ଝାରସୁଗୁଡା ବି.ଡି.ଓ ପ୍ରସ୍ନନ କୁମାର ପାଣ୍ଡେ , ଜିଲ୍ଳା ଶିକ୍ଷା ଅଧିକାରୀ ପୁଷ୍ପା ମିn, ଜିଲ୍ଳା କ୍ରୀଡା ଅଧିକାରୀ ଶୁଶିଳ କୁମାର ମିଶ୍ର ,ଜିଲ୍ଳା ଶାରୀରିକ ଶିକ୍ଷା ଅଧିକାରୀ ଡମ୍ପରୁଧର ପୂଝାରୀ ଝାରସୁଗୁଡା ହକି ଆସୋସିଏସନର ସଭ୍ୟ ଜୀବନ ମହାନ୍ତି ପ୍ରଭୃତି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ଥିଲେ । ଏହି ବୈðଠକରେ ଜିଲ୍ଳାର ବେସରକାରୀ ସ୍କୁଲର ୫୧ ଜଣ ରୁ ଉର୍ଦ୍ଧ ଶିକ୍ଷକ , ଶିକ୍ଷତ୍ରି ଓ ଅଧ୍ୟକ୍ଷ ଯୋଗ ଦେଇ ଥିଲେ ।

ଚଳିତ ମାସର ଶେଷ ସପ୍ତାହ ରେ ସ୍କୁଲ, ସ୍କୁଲ ମଧ୍ୟରେ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ସ୍ଥିର କରା ଯାଇଛି । ହକି ର ନୂତନ ନିୟମ ଆଦି ଶିକ୍ଷା, ଖେଳ ଶିକ୍ଷକ ମାନଙ୍କୁ ଦେବା ପାଇଁ ଜିଲ୍ଳାକୁ ଏକ ହକି ପ୍ରଶିକ୍ଷକ ପଠାଇବା ପାଇଁ ରାଜ୍ୟ ହକି ଆସୋସିଏସନକୁ ଅନୁରୋଧ ଜିଲ୍ଳାପାଳ ଙ୍କ ମାଧ୍ୟମରେ କରାଯାଇଛି । ହକି ମୋ ସ୍କୁଲ କାର୍ଯ୍ୟକ୍ରମରେ ଜିଲ୍ଳାରେ କଟାପାଲି ସ୍କୁଲ କୁ ହକି କ୍ଳବ ପାଇଁ ମନୋନିତ କରା ଯାଇ ସେଠାରେ ହକି ଷ୍ଟ୍ରାଡିୟମ ନିର୍ମାଣ ଆରମ୍ଭ ହୋଇଛି । ତାହା ଚଳିତ ମାସ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ରଖା ଯାଇଛି । ଯାହାକି ଜିଲ୍ଳାପାଳ ନିଜେ ତଦାରଖ କରୁଛନ୍ତି ।

Comments are closed.