ନୂଆଦିଲ୍ଲୀ: ଏପ୍ରିଲ ୨୮: ନିକଟରେ ନିର୍ବାଚିତ ହୋଇଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ଙ୍କ ଆଡ଼କୁ ଲକ୍ଷ୍ୟ କରି କେହି ଜଣେ ଟମାଟୋ ଫୋପାଡ଼ିଛନ୍ତି । ତେବେ ଟମାଟୋ ତାଙ୍କ ଉପରେ ପଡ଼ି ନଥିଲେ ମଧ୍ୟ ମୁହଁ ପାଖ ଦେଇ ଯାଇଥିଲା । ସେହି ସମୟରେ ତାଙ୍କର ସୁରକ୍ଷାକର୍ମୀମାନେ ଏକ ସ୍ୱତନ୍ତ୍ର ଧରଣର ଛତା ଖୋଲିଥିଲେ ।
ସ୍ଥାନୀୟ ରିପୋର୍ଟ ଅନୁସାରେ, ବିଭାଜିତ ଫ୍ରାନ୍ସକୁ ଏକତ୍ର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ମାକ୍ରୋନ ପ୍ୟାରିସ୍ର ଉପନଗରୀ ଚେର୍ଗି-ପଇଣ୍ଟୋଇଜଠାରେ ତାଙ୍କର ପ୍ରଥମ ନିର୍ବାଚନ ଗସ୍ତ କରିଥିଲେ । ତେବେ ସେଠାରେ ଥିବା ଏକ ଖାଦ୍ୟ ବଜାରରେ ଦଳେ ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ମାକ୍ରୋନଙ୍କ ଆଡ଼କୁ କେହି ଜଣେ ଲକ୍ଷ୍ୟ କରି କିଛି ଚେରି ଟମାଟୋ (ଛୋଟ ନାଲି ଟମାଟୋ) ଫିଙ୍ଗିଥିଲେ । ଟମାଟୋ ମାକ୍ରୋନ୍ଙ୍କ ଉପରେ ବାଜି ନ ଥିଲେ ମଧ୍ୟ ତାଙ୍କ ମୁହଁର ଅତି ନିକଟ ଦେଇ ଅତିକ୍ରମ ଯାଇଥିଲା । ଏହା ଦେଖି ତାଙ୍କର ସୁରକ୍ଷାକର୍ମୀମାନେ କ୍ଷେପଣାସ୍ତ୍ର ବୋଲି ଚିତ୍କାର କରିବା ସହିତ ହାତରେ ରାଷ୍ଟ୍ରପତିଙ୍କ ମୁଣ୍ଡକୁ ଘୋଡ଼ାଇ ଦେଇଥିଲେ ଓ ପରେ ଏକ ସ୍ୱତନ୍ତ୍ର ଛତା ଖୋଲି ତାଙ୍କୁ ସୁରକ୍ଷା ଦେଇଥିଲେ । ଟମାଟୋଗୁଡ଼ିକ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକଙ୍କ ଉପରେ ପଡ଼ିଥିଲା ।
Emmanuel Macron made his first appearance since his election, he received tomato from the French crowd. pic.twitter.com/s6AnNM75TI
— 🍁En el barrio de Cortes viven residentes (@VecBarrioCortes) April 27, 2022
ସୂଚନା ଯୋଗ୍ୟଯେ, ଏପ୍ରିଲ ୨୫ରେ ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ ମାକ୍ରନ୍ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ପାଞ୍ଚ ବର୍ଷ ପାଇଁ ଦେଶରେ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ । ଏହା ତାଙ୍କର ପ୍ରଥମ ବିଜୟ ନୁହେଁ, ଏହାପୂର୍ବରୁ ମଧ୍ୟ ସେ ରାଷ୍ଟ୍ରପତି ରହିଥିଲେ । ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନ୍ଙ୍କ ସହିତ ତାଙ୍କର ସିଧାସଳଖ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ମାକ୍ରନ୍ ୫୮ ପ୍ରତିଶତ ଭୋଟ୍ ହାସଲ କରି ବିଜୟ ଲାଭ କରିଥିଲେ । ଲି ପେନ୍ଙ୍କୁ ୪୨ ପ୍ରତିଶତ ଭୋଟ୍ ମିଳିଥିଲା ।
Comments are closed.