ଶ୍ରୀଲଙ୍କା ପରେ ନେପାଳରେ ଦେଖାଯିବ ଆର୍ଥିକ ସଙ୍କଟ

ଦିଲ୍ଲୀ: ଶ୍ରୀଲଙ୍କା ପରି ନେପାଳରେ ଧୀରେ ଧୀରେ ଆର୍ଥିକ ସଙ୍କଟ ବଢ଼ିଲାଣି । ଏହି ସମସ୍ୟାକୁ ସମାଧାନ କରିବା ପାଇଁ ନେପାଳ ସରକାର ଅନେକ ଜିନିଷର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲେଣି । ବିଶେଷ କରି ବୈଦେଶିକ ମୁଦ୍ରା ଏବଂ ଉଚ୍ଚ ବାଣିଜ୍ୟ ନିଅଣ୍ଟରେ ନେପାଳର ଅଭାବ ଦେଖାଯାଇଛି । ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଜିନିଷ ସହିତ ଅତ୍ୟାବଶ୍ୟକ ଜିନିଷକୁ ବିଦେଶରୁ ଆମଦାନୀ କରିବା ହେଉଛି ନେପାଳ ଆର୍ଥିକ ମାନ୍ଦାବସ୍ଥାର ମୁଖ୍ୟ କାରଣ ।

ଏକ ରିପୋର୍ଟ ଅନୁସାରେ, ୫ ବର୍ଷ ମଧ୍ୟରେ ନେପାଳ ୧୦୦ କୋଟି ଅର୍ଥ ଦେଇ ବିଦେଶରୁ ତାସ୍‌ ଆମଦାନୀ କରିଛି । ନେପାଳର ପ୍ରତ୍ୟେକଙ୍କ ଘରେ ତାସ୍‌ ଖେଳିବା ଏକ ପରମ୍ପରା ହେଉଥିବାରୁ ସେଠାରେ ତାସ୍‌ର ଚାହିଦ ଅଧିକ ।

ଶ୍ରୀଲଙ୍କା ପରେ ନେପାଳରେ ଦେଖାଯିବ ଆର୍ଥିକ ସଙ୍କଟ

ପ୍ରତ୍ୟେକ ପର୍ବରେ ନେପାଳୀମାନେ ଘରେ ଘରେ ତାସ୍‌ ଖେଳିଥାନ୍ତି । ସେଥିପାଇଁ ସେମାନେ ବହୁ ମୂଲ୍ୟ ଦେଇ ତାସ୍‌ କିଣିଥାନ୍ତି ।
ଅର୍ଥମନ୍ତ୍ରାଳୟ ରେକର୍ଡ ଅନୁସାରେ, ଦିପାବଳୀ ଅବସରରେ ନେପାଳ ୯ କୋଟିରୁ ଅଧିକ ମୂଲ୍ୟ ଦେଇ ବିଦେଶରୁ ତାସ୍‌ ଆମଦାନୀ କରିଛି । ସେଥିମଧ୍ୟରୁ ଅଧିକାଶଂ ତାସ୍‌ ଚୀନ୍‌ରୁ ଆମଦାନୀ ହୋଇଛି । ସେହିପରି ୟୁରୋପ ଓ ଆରବରୁ ଦାମୀ ତାସ୍‌ ମଧ୍ୟ ଆମଦାନୀ ହୋଇଛି । ଦେଶ ଓ ନିଜ ଅଞ୍ଚଳରେ ମିଳୁଥିବା ତାସ୍‌ ଅପେକ୍ଷା ନେପାଳରେ ବିଦେଶ ତାସ୍‌ର ଅଧିକ ଚାହିଦା ରହୁଛି ।
ଶ୍ରୀଲଙ୍କା ପରେ ନେପାଳରେ ଦେଖାଯିବ ଆର୍ଥିକ ସଙ୍କଟ

ବିଶେଷ କରି କରୋନା ମହାମାରୀ ସମୟରେ ତାସ୍‌ର ଚାହିଦ ବଢ଼ିଛି । ଫଳରେ ନିମ୍ନ ଆୟ ଶ୍ରେଣୀର ଲୋକଙ୍କ ମଧ୍ୟରେ ଖାଦ୍ୟାଭାବ ଦେଖାଯାଇଥିଲା । ଏଥିପାଇଁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରୁ ୯୦ କୋଟି ଅର୍ଥ ଖର୍ଚ୍ଚ ହୋଇଛି ।

ଅନ୍ୟ ଏକ ରିପୋର୍ଟ ଅନୁସାରେ, ନେପାଳର ଜନସଂଖ୍ୟା ପ୍ରାୟ ୨ କୋଟି ୬୫ ଲକ୍ଷ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୫୦ ଲକ୍ଷ ଲୋକ ବିଦେଶରେ ରୁହନ୍ତି । ଏଭଳି ପରିସ୍ଥିତିରେ ଯଦି ୨୧ ମାସରେ ଦେଶରେ ୨ କୋଟି ୨୬ ଲକ୍ଷ ୮୭ ହଜାର ୭୦୦ ପ୍ୟାକେଟ୍‌ ତାସ୍‌ ଆମଦାନୀ ହୁଏ, ତେବେ ଦେଶରେ ଆର୍ଥିକ ସଙ୍କଟ ନିଶ୍ଚିନ୍ତ ବୃଦ୍ଧି ପାଇବ ବୋଲି ଅର୍ଥନୀତି ଗବେଷକ ପ୍ରକାଶ କରିଛନ୍ତି ।

Comments are closed.