ନୂଆଦିଲ୍ଲୀ: ଅପ୍ରେଲ ୩୦: ଦୀର୍ଘ ୬ ବର୍ଷ ପରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି । ମୋଦି ସକାଳ ୧୦ଟାରେ ସମ୍ମିଳନୀକୁ ଉଦଘାଟନ କରିବା ସହ ମୁଖ୍ୟମନ୍ତ୍ରୀ ଓ ବିଚାରପତିଙ୍କୁ ସମ୍ବୋଧନ କରିଥିଲେ । ଏହି ଅବସରରେ ପ୍ରଧାନ ବିଚାରପତି ଏନ୍. ଭି. ରମନ୍ନା ଓ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ, ପ୍ରାୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେଉଛନ୍ତି । ଏଭଳି ସମ୍ମିଳନୀ ଫଳରେ ସାଧାରଣ ଓ ନ୍ୟାୟିକ ବ୍ୟବସ୍ଥାକୁ ମଜଭୁତ କରିବ । ସମ୍ମିଳନୀ ଅବସରରେ ଅନେକ ଛୋଟ ଛୋଟ କାର୍ଯ୍ୟକ୍ରମ ରହିଛି ଇ-କୋର୍ଟ, ଆଧୁନିକ ଜ୍ଞାନକୌଶଳ ଉପଯୋଗ ସହ ନ୍ୟାୟିକ ବ୍ୟବସ୍ଥାର ଭିତ୍ତିଭୂମି ବିକାଶ, ତ୍ୱରିତ ନ୍ୟାୟ ପ୍ରଦାନ, ମାମଲା ପଡ଼ି ରହିବା ହ୍ରାସ କରିବା, ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ଆଦି ନେଇ ଏଥିରେ ଆଲୋଚନା ହୋଇଛି।
Comments are closed.