ଏଥର କେଭି ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ମଇ ୦୫: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ଏଥର ହେବ ସର୍ବଭାରତୀୟ ସ୍ତରରେ ଏକକ ପ୍ରବେଶିକା ପରୀକ୍ଷା । ‘ଗୋଟିଏ ଦେଶ ଗୋଟିଏ ପରୀକ୍ଷା‘ ଅନୁସାରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ନାତକୋତ୍ତର ଆଡମିଶନ ପାଇଁ କମନ୍ ୟୁନିଭରସିଟି ପ୍ରବେଶିକ ପରୀକ୍ଷାରେ ଯୋଗଦେବାକୁ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଏତଦ୍ବ୍ୟତୀତ ଯେଉଁ ମହାବିଦ୍ୟାଳୟ ଏହି ପରୀକ୍ଷାରେ ସାମିଲ ହେବାକୁ ଚାହିଁବେ ସେମାନେ ଏଥିରେ ଯୋଗ ଦେଇପାରିବେ । ଏହି ପରୀକ୍ଷା ଦାୟିତ୍ୱ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ଦିଆଯାଇଛି । ଦେଶରେ ସବୁ ଅଞ୍ଚଳର ପ୍ରାର୍ଥୀଙ୍କୁ ଗୋଟିଏ ସାଧାରଣ ପ୍ଲାଟଫର୍ମ ଏବଂ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ।

Comments are closed.