ଦିଲ୍ଲୀ: ମେ ୦୫: ହରିଆଣାର କର୍ଣ୍ଣଲ ପୋଲିସ ୪ ଜଣ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସେହି ସବୁ ଆତଙ୍କବାଦୀଙ୍କ ନାମ ହେଉଛି, ଗୁରୁପ୍ରୀତ, ଅମନଦୀପ, ପରମୀନ୍ଦର ଏବଂ ଭୁପିନ୍ଦର । ସେମାନେ ସମସ୍ତେ ପଞ୍ଜାବ ବାସୀନ୍ଦା । ଏହି ଆତଙ୍କବାଦୀମାନଙ୍କୁ ଡ୍ରୋନ୍ ଯୋଗେ ଅସ୍ତ୍ରଶସ୍ତ୍ର ପଠା ଯାଉଥିଲା ।
ଗିରଫ ପରେ ପୋଲିସ ସେମାନଙ୍କ ନିକଟରୁ ଏକ ପିସ୍ତଲ ଏବଂ କିଛି ଲାଇଭ୍ କାଟ୍ରିଜ୍ ଜବତ କରିଛି । ଜଣେ ଅଧିକାରୀଙ୍କ ରିପୋର୍ଟ ଅନୁସାରେ, ପାକିସ୍ତାନର ଫେରୋଜପୁର ଜିଲ୍ଲାରୁ ଆତଙ୍କବାଦୀ ହରଜିନ୍ଦର ସିିଂହ ରିଣ୍ଡା ଡ୍ରୋନ୍ ଯୋଗେ ଏହି ଗିରଫ ଆତଙ୍କବାଦୀଙ୍କ ନିକଟକୁ ଅସ୍ତ୍ରଶସ୍ତ୍ର ପଠାଉଥିଲା । ପୂର୍ବରୁ ବି ଆତଙ୍କବାଦୀମାନେ ଫେରୋଜପୁରରୁ ଅସ୍ତ୍ରଶସ୍ତ୍ର ଗ୍ରହଣ କରିଥିଲେ । କର୍ଣ୍ଣଲ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଆତଙ୍କବାଦୀ ହରଜିନ୍ଦର ସିଂହ ପଞ୍ଜାବର ତାରନ ଜିଲ୍ଲାରବାସୀନ୍ଦା । ୧୧ ବର୍ଷ ବୟସରେ ସେ ନିଜ ପରିବାର ସହ ମହାରାଷ୍ଟ୍ରର ନାଣ୍ଡେଡ୍ ସାହିବକୁ ସ୍ଥାନାନ୍ତରିତ ହୋଇଥିଲା । ହରଜିନ୍ଦର ୧୮ ବର୍ଷ ବୟସରେ ଏକ ପାରିବାରିକ କଳହକୁ ତା’ର ଜଣେ ସଂପର୍କୀୟଙ୍କୁ ହତ୍ୟା କରିଥିଲା ।
Comments are closed.