ପୁରୀ: ମଇ ୧୨: କିଛି ଦିନ ପରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା । ଏଥିଲାଗି ହେଉଛି ଜୋରଦାର ପ୍ରସ୍ତୁତି । ଠାକୁରଙ୍କ ରଥ ର୍ନିମାଣରେ ଲାଗିଛନ୍ତି ବିଶ୍ୱକର୍ମା, କରତୀ, ଓଝା ଓ ଭୋଇ ସେବକ । ରଥ ଖଳାରେ ବିଶ୍ୱକର୍ମାମାନେ ତୁମ୍ବ ତିଆରିରେ ଲାଗିଛନ୍ତି । ତୁମ୍ବରେ ବିନ୍ଧ ଖୋଦେଇ ଚାଲିଛି । ତାଳଧ୍ୱଜର ୩ଟି ତୁମ୍ବରେ ବିନ୍ଧ ସରି ବାକି ୧୧ଟିରେ ବିନ୍ଧ ଖୋଦେଇ ହେଉଛି । ଦେବଦଳନର ୩ଟି ତୁମ୍ବରେ ବିନ୍ଧ କାମ ପରେ ୯ଟିର ଖୋଦେଇ ଚାଲିଛି । ସେହିଭଳି ନନ୍ଦିଘୋଷର ୬ଟି ତୁମ୍ବରେ ବିନ୍ଧ ଶେଷ ହୋଇ ୯ଟିରେ ଖୋଦେଇ ଚାଲିଛି । ସେହିପରି ଓଝା ସେବକମାନେ ଦୋଳବେଦି ପରିସରରେ ରଥ ପାଇଁ ଲୋଡ଼ା ଲୁହା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ପନ୍ଦାରି ପୋଡ଼ିଲା ପରେ ମଳି ଛଡ଼ା ଯାଇ ମଠା ହେବ । ତୁମ୍ବଗୁଡ଼ିକ ଭିତର ପାରଶ୍ୱରେ ଲାଗିବ ପନ୍ଦାରି । ତାହାକୁ ମଜଭୁତ କରିବାକୁ ଚାବି ତିଆରି ହୋଇ ପନ୍ଦାରିରେ ପଡ଼ିବ । ତେବେ ଏହିପରି ଭାବରେ ସବୁ ବଢେଇ, କମାର ସେବକମାନେ ପୁରା ଧ୍ୟାନର ସହିତ ରଥ ନିର୍ମାଣରେ ଲାଗି ପଡିଛନ୍ତି । ତେବେ ରଥଯାତ୍ରା ପାଇଁ ଖୁବ୍ କମ୍ ସମୟ ଥିବାବେଳେ ପ୍ରସ୍ତୁତି ପର୍ବରେ କୌଣସି ତୃଟି ନହେବା ନେଇ ଚାଲିଛି ପ୍ରସ୍ତୁତି ।
Comments are closed.