ଦିଲ୍ଲୀ: ମେ ୧୮: ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏଜି ପେରାରିବଲନ୍ଙ୍କୁ ଖୁବ୍ ଶିଘ୍ର ମୁକ୍ତି ମିଳିବ । ସମ୍ବିଧାନର ଧାରା ୧୪୨ରେ ଥିବା କ୍ଷମତା ପ୍ରୟୋଗ କରି ଆଜି ସୁପ୍ରିମ୍ କୋର୍ଟ ପେରାରିବଲନ୍ଙ୍କୁ ମୁକ୍ତ କରିବା ଲାଗି ଆଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ତାଙ୍କର ଦଣ୍ଡାଦେଶ କାଟ କରିବା ଲାଗି ୨୦୧୮ରେ ତାମିଲନାଡୁ ସରକାର ସୁପାରିସ କରିଥିଲେ । ଏହା ସତ୍ତେ୍ୱ ମୁକ୍ତିରେ ବିଳମ୍ବ ହେବାରୁ ୩୦ ବର୍ଷରୁ ଊର୍ଦ୍ଧ୍ୱ କାଳ ଦଣ୍ଡ ଭୋଗି ସାରିଥିବା ପେରାରିବଲନ୍ ସୁପ୍ରିମ୍ କୋର୍ଟରେ ନିବେଦନ କରିଥିଲେ ।
ଏନେଇ ବିଚାରପତି ଏଲ୍. ନାଗେଶ୍ୱର ରାଓ ଏବଂ ବି. ଆର୍. ଗାୱାଇଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ, ପ୍ରାସଙ୍ଗିକ ବିଚାରବିବେଚନା ପ୍ରତି ଧ୍ୟାନ ଦେଇ ପେରାରିବଲନ୍ଙ୍କ ଦଣ୍ଡାଦେଶ କାଟ ନିମନ୍ତେ ତାମିଲନାଡୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲେ ।
ସୂଚନା ଥାଉଯେ, ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପେରାରିବଲନ୍ଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା ।
Comments are closed.