ବିଜୟଠାରୁ ଅଧିକ ଶିକ୍ଷା ଦିଏ ପରାଜୟ

-ସମୟ କାହାକୁ ଅପେକ୍ଷା କରେ ନାହିଁ । ଯଦି ଆପଣ ସମୟ କିମ୍ବା ଟଙ୍କା ଖର୍ଚ୍ଚ କରିଚାଲନ୍ତି, ସେସବୁ ଶେଷ ହୋଇଯାଏ ।

ବିଜୟଠାରୁ ଅଧିକ ଶିକ୍ଷା ଦିଏ ପରାଜୟ

କିନ୍ତୁ ଯଦି ଆପଣ ସେଗୁଡ଼ିକୁ ବୁଝିବିଚାରି ବିନିଯୋଗ କରନ୍ତି, ତେବେ ଭବିଷ୍ୟତରେ ଲାଭ ପାଇପାରିବେ । ସେହିପରି ଯଦି ଆପଣ ଗୋଟିଏ କାର୍ଯ୍ୟକୁ ଅଧିକ ସମୟ ଦିଅନ୍ତି, ତେବେ ଅନ୍ୟ କାର୍ଯ୍ୟ ପାଇଁ କମ୍‌ ସମୟ ବାକି ରହିବ । ତେଣୁ ସମୟର ବ୍ୟବହାର ବିଷୟରେ ଆପଣଙ୍କ ଚୟନ ହିଁ ଆପଣଙ୍କ ଜୀବନର ମାନ ନିର୍ଣ୍ଣୟ କରିବ । ଆପଣଙ୍କୁ ସମୟକୁ ନେଇ ସାବଧାନ ହେବା ଉଚିତ୍‌ ।

-ବିଜୟର ଆଶାରେ ହିଁ ପ୍ରତ୍ୟେକ ଯୁଦ୍ଧ ଆରମ୍ଭ ହୋଇଥାଏ । ଯେତେବେଳେ ଶତପ୍ରତିଶତ ପ୍ରଚେଷ୍ଟା, ସଂଘର୍ଷ ଏବଂ ଆବେଗ ସତ୍ତେ୍ୱ ଆପଣ ହାରିଥାନ୍ତି ଏବଂ ଅନ୍ୟ ବ୍ୟକ୍ତି ଜିତନ୍ତି, ସେତେବେଳେ ଆପଣ ସମ୍ମାନର ସହ ପରାଜୟକୁ ଗ୍ରହଣ କରନ୍ତୁ ।
ବିଜୟଠାରୁ ଅଧିକ ଶିକ୍ଷା ଦିଏ ପରାଜୟ

ପରାଜତି ବ୍ୟକ୍ତି ଅଧିକ ବିଶ୍ଲେଷଣ କରିଥାଏ । ତେଣୁ ପରଜାୟ ବିଜୟ ଅପେକ୍ଷା ଅଧିକ ଶିକ୍ଷା ଦିଏ । ପରାଜୟ ଆପଣଙ୍କୁ ମାନବିକତାକୁ ନେଇଯାଏ ଏବଂ ଏକ ନୂତନ ଦୃଷ୍ଟିକୋଣ ବିକଶିତ କରାଇଥାଏ ।

-ଜଣେ ପରୀକ୍ଷାମୂଳକ ବ୍ୟକ୍ତି ହୁଅନ୍ତୁ । ପ୍ରତିଦିନର ରୁଟିନକୁ ଭାଙ୍ଗନ୍ତୁ ।

ବିଜୟଠାରୁ ଅଧିକ ଶିକ୍ଷା ଦିଏ ପରାଜୟ

ଏକ ନୂତନ ରେଷ୍ଟୁରାଣ୍ଟକୁ ଯାଆନ୍ତୁ, ନୂଆ ପୁସ୍ତକ ପଢନ୍ତୁ, ଏକ ନୂଆ ଥିଏଟରକୁ ଯାଆନ୍ତୁ, ନୂତନ ବନ୍ଧୁ ବନାନ୍ତୁ, ଭିନ୍ନ ଉପାୟରେ ଛୁଟି କାଟନ୍ତୁ, ସପ୍ତାହ ଶେଷରେ କିଛି ଅଲଗା କରନ୍ତୁ । ଚାକିରିରେ କିଛି ଭିନ୍ନ କରିବାକୁ ପ୍ରୟାସ କରନ୍ତୁ ।

-ଆପଣଙ୍କ ପରିବେଶ ଏପରି ହେବା ଉଚିତ୍‌, ଯାହା ଆତ୍ମବିକାଶକୁ ପ୍ରେରିତ କରିବ । ଏପରି ଲୋକଙ୍କ ନିକଟତର ହୁଅନ୍ତୁ, ଯିଏ ଆପଣଙ୍କୁ ପ୍ରୋତ୍ସାହିତ କରିବ ।

ବିଜୟଠାରୁ ଅଧିକ ଶିକ୍ଷା ଦିଏ ପରାଜୟ

ଏପରିକି କିଛି କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ ସହିତ ରୁହନ୍ତି-ଉଚ୍ଚ ଲକ୍ଷ୍ୟ, ଉଚ୍ଚାଭିଳାଷୀ ଲୋକ ।

Comments are closed.