ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ କିସିଣ୍ଡା ରେଞ୍ଜର ପଥରଗୁଡ଼ା ଗ୍ରାମରୁ ବନବିଭାଗ ୧୩୯ ବିଡ଼ା କେନ୍ଦୁପତ୍ର ଜବତ କରିଥିବା ଜଣାପଡ଼ିଛି । ବନବିଭାଗ ସୂତ୍ରରୁ ପ୍ରକାଶ ଯେ,କିସିଣ୍ଡା ରେଞ୍ଜର ପଥରଗୁଡ଼ା ଗ୍ରାମରେ ଗତକାଲି ରାତିରେ ଏକ ପିକ୍ଅପ୍ ରେ କେନ୍ଦୁପତ୍ର ଲୋଡ଼୍ ହେଉଥିବାର ବନବିଭାଗ ଖବର ପାଇ ଚଢ଼ଉ କରିଥିଲା । ବନବିଭାଗକୁ ଦେଖି ଚୋରାବେପାରୀମାନେ ଫେରାର୍ ହେବାରେ ସକ୍ଷମ ହୋଇଥିଲେ । ବନବିଭାଗ ପିକ୍ଅପ୍ ଗାଡ଼ି (ଓଡ଼ି୧୫ପି ୧୧୮୫) କୁ ଜବତ କରି କିସିଣ୍ଡା ରେଞ୍ଜ ଅଫିସକୁ ଆଣିଥିଲେ । ଚୋରା ବେପାରୀମାନେ ୧୩୯ ବିଡ଼ା କେନ୍ଦୁପତ୍ର ଗାଡ଼ିରେ ଲୋଡ଼୍ କରିଥିଲେ । ଏହି ଚଢ଼ଉରେ କିସିଣ୍ଡା ରେn ଅଧିକାରୀ ସୁଶାନ୍ତ ବନ୍ଧ,କିସିଣ୍ଡା ଫରେଷ୍ଟର ସୁଜିତ କୁମାର ପ୍ରଧାନ ତଥା ବନବିଭାଗର କର୍ମଚାରୀମାନେ ସାମିଲ୍ ହୋଇଥିଲେ । ପଥରଗୁଡ଼ା ଗ୍ରାମର ଲୋକମାନେ ଜଙ୍ଗଲଜମି ପଟ୍ଟା ପାଇ ସେଠାରେ ବସତିସ୍ଥାପନ କରୁଥିବା ବେଳେ ସେମାନେ ଏ ଅଂଚଳରୁ ବହୁ ସମୟରେ ଜଙ୍ଗଲଜାତ ଦ୍ରବ୍ୟ ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଛି । ବନବିଭାଗ ଏକ ମାମଲା ରୁଜୁ କରି ଗାଡ଼ିକୁ ଜବତ କରିଛି ।
Comments are closed.