କଲମ୍ବୋ: ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପେଟ୍ରୋଲର ଘୋର୍ ଅଭାବ ଦେଖାଦେବାରୁ ଏବେ ପେଟ୍ରୋଲ ଦର ଆକାଶଛୁଆଁ ହୋଇଛି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପେଟ୍ରୋଲ ଦର୨୪.୩% ଏବଂ ଡିଜେଲ ୩୮.୪% ବୃଦ୍ଧି ପାଇଛି । ବେଦେଶିକ ମୁଦ୍ରା ସଂରକ୍ଷଣ ଅଭାବରୁ ଶ୍ରୀଲଙ୍କା ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି, ଏହି କାରଣରୁ ଏହି ବୃଦ୍ଧି ଘଟିଛି । ଏପ୍ରିଲ ୧୯ ପରେ ପଡୋଶୀ ଦେଶରେ ଇନ୍ଧନ ମୂଲ୍ୟରେ ଏହା ଦ୍ୱିତୀୟ ବୃଦ୍ଧି । ଏଥିସହ, ୯୨ ପେଟ୍ରୋଲର ଲିଟର ପିଛା ୪୨୦ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୪୦୦ ହୋଇଛି । ଏବେ ପେଟ୍ରୋଲ-ଡିଜେଲ କମ ହେବା ସହ ଦର ବୃଦ୍ଧି ଆକାଶ ଛୁଆଁ ହୋଇଛି । ଏଭଳି ସ୍ଥିତିରେ ଭୟଙ୍କର ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଶ୍ରୀଲଙ୍କାର ନୂଆ ସରକାର ଏହାର ଜାତୀୟ ଏୟାରଲାଇନ୍ ବିକିବାପାଇଁ ଯୋଜନା କରିଛନ୍ତି । ଶ୍ରୀଲଙ୍କାରେ ନୂଆ ପ୍ରଶାସନ ଏୟାରଲାଇନ୍ ଗୁଡ଼ିକୁ ଘରୋଇକରଣ କରିବାପାଇଁ ଯୋଜନା କରିଛନ୍ତି ବୋଲି ରାନିଲ ବିକ୍ରମସିଂଘେ କହିଛନ୍ତି । ବିକ୍ରମସିଂଘେ ମଧ୍ୟ ସରକାରୀ କର୍ମଚାରୀଙ୍କୁ ଦରମା ଦେବାପାଇଁ ଟଙ୍କା ଛାପିବେ ବୋଲି କହିଛନ୍ତି ।
Comments are closed.