୧୭ ବର୍ଷର ଲିଭଇନ୍‌ ପରେ ଏବେ କଲେ ବିବାହ

ମୁମ୍ବାଇ: ମଇ ୨୫: ବଲିଉଡର ପପୁଲାର ଫିଲ୍ମ ର୍ନିମାତା ହନସଲ ମେହେତା ଏବଂ ସଫିନା ହୁସେନ୍‌ ସେମାନଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଦୀର୍ଘ ୧୭ବର୍ଷର ଧରି ଲିଭ୍‌ ଇନରେ ରହିବା ପରେ ଦୁହେଁ ଏବେ ବିବାହ କରିଛନ୍ତି । ସୋସିଆଲ ମିଡିଆରେ ହନସଲ ମେହେତା ଫଟୋ ସେୟାର କରି ଏହି ଖୁସି ଖବର ଦେଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ହସନଲ୍‌-ସଫିନା ଉଭୟ ଗତ ୧୭ ବର୍ଷ ଧରି ଏକାଠି ରହୁଥିଲେ । ବର୍ତ୍ତମାନ ଦୁହେଁ କୋର୍ଟରେ ସାଧାସିଧା ଭାବେ ବିବାହ କରିଛନ୍ତି । ଦୁହିଁଙ୍କର ଦୁଇଟି ଝିଅ ଏବଂ ଦୁଇଟି ପୁଅ ଅଛି । ସୋସିଆଲ ମିଡିଆରେ ଫଟୋ ସେୟାର କରି ହନସଲ କ୍ୟାପସନରେ ଲେଖିଛନ୍ତି, ୧୭ ବର୍ଷ ପରେ ନିଜ ପିଲାମାନଙ୍କୁ ବଢୁଥିବାର ଦେଖିଛୁ ଏଥିପାଇଁ ଆମେ ଆମ ସ୍ୱପ୍ନକୁ ଫଲୋ କରି ବିବାହ କରିବାକୁ ସ୍ଥିର କଲୁ । ଜୀବନରେ ସବୁଥର ପରି, ଏହା ମଧ୍ୟ ହଠାତ ଥିଲା । ହେଲେ ଆମ ପ୍ରେମ ଓ ପ୍ରତିଜ୍ଞା ସତ୍ୟ ଥିଲା । ଅନେକ ସେଲେବ୍ରିଟି ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ।

Har Ghar Tiranga