କେଜିଏଫ ୩ରେ ନଜର ଆସିବେ ହ୍ରିତିକ୍‌ ରୋଶନ !

ନୂଆଦିଲ୍ଲୀ: ମଇ ୨୮: ସାଉଥ ସୁପରଷ୍ଟାର ୟଶଙ୍କ କେଜିଏଫ ୨ ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଛି । କେଜିଏଫ ଚାପଫର ୨ରେ ସଞ୍ଜୟ ଦତ୍ତ ଏବଂ ରବିନା ଟଣ୍ଡନ ମଧ୍ୟ ଅଭିନୟ କରିଛନ୍ତି । ଏବେ ପୁଣି ଏକ ବଲିଉଡ୍‌ ଷ୍ଟାରଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା ହେବାରେ ଲାଗିଛି । କେଜିଏଫ ୩ରେ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ନଜର ଆସିବେ । ହେଲେ ଏ ପର୍ଯ୍ୟନ୍ତ ଏହି ଖବରକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ମାତ୍ର କୁହାଯାଉଛି ଯେ, ଫିଲ୍ମ ଉପରେ କାମ ଆରମ୍ଭ ହୋଇ ଯାଇଛି । ସଂପ୍ରତି ଫିଲ୍ମ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍‌ ନିଜର ଦ୍ୱିତୀୟ ପ୍ରୋଜେକଫ ସାଲାରରେ ବ୍ୟସ୍ତ ଅଛନ୍ତି । ତେବେ ଏନେଇ ହ୍ରିତିକଙ୍କ କଣ ରହିବ ମତ ସେ ନେଇ ଅପେକ୍ଷା । କାରଣ ପୂର୍ବରୁ ହ୍ରିତିକ ରୋଶନଙ୍କୁ ବହୁ ଭଲ ଭଲ ସାଉଥ ଫିଲ୍ମ ଯଥା ବାହୁବଳୀର ମଧ୍ୟ ଅଫର ମିଳି ସାରିଛି । ହେଲେ ଅଭିନେତା ଅଫର ଗ୍ରହଣ କରିନଥିଲେ ।

Comments are closed.