ଏସିଆ କପ୍‌ ହକି : ଭାରତ-ମାଲେସିଆ ମ୍ୟାଚ୍‌ ଡ୍ର’

ଜାକର୍ତ୍ତା: ଏସିଆ କପ୍‌ ହକି ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ରବିବାର ଦ୍ୱିତୀୟ ମୁକାବିଲାରେ ମାଲେସିଆ ସହ ମ୍ୟାଚ୍‌ ଡ୍ର’ ରଖିଛି । ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତ ଓ ମାଲେସିଆ ୩ଟି ଲେଖାଏଁ ଗୋଲ୍‌ସ୍କୋର କରିଥିଲେ । ଭାରତ ୨ ମ୍ୟାଚ୍‌ରୁ ମୋଟ୍‌ ୪ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ମାଲେସିଆ ଦୁଇଟି ଯାକ ମ୍ୟାଚ୍‌ ଡ୍ର’ ରଖି ଦୁଇ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଭାରତର ବିଷ୍ଣୁକାନ୍ତ, ସୁନୀଲ ଓ ନିଲମ ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଥିବା ବେଳେ ମାଲେସିଆ ପକ୍ଷରୁ ରହିମ ହ୍ୟାଟ୍ରିକ ଗୋଲ୍‌ କରିଥିଲେ ।

ଏସିଆ କପ୍‌ ହକି : ଭାରତ-ମାଲେସିଆ ମ୍ୟାଚ୍‌ ଡ୍ର’

ପ୍ରଥମାର୍ଦ୍ଧ: ତୀବ୍ର ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ଶକ୍ତିଶାଳୀ ମାଲେସିଆକୁ ମାତ ଦେବା ପାଇଁ ଯୋଜନା କରିଥିଲା ଭାରତ । କି;ୁ ପ୍ରଥମାର୍ଦ୍ଧର ୩୦ ମିନିଟ୍‌ରେ ମାଲେସିଆ ଦୁଇଟି ଗୋଲ୍‌ କରି ଆଧିପତ୍ୟ ବିସ୍ତାର କରିଥିଲା । ମ୍ୟାଚ୍‌ର ୧୨ତମ ମିନିଟ୍‌ରେ ମାଲେସିଆର ମହମ୍ମଦ ରାଜାଇ ଅବଦ୍ଦୁଲ ରହିମ୍‌ ପେନାଲଫି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲେ । ଏହି ତାରକା ଡିଫେଣ୍ଡର ଜଣେ ପେନାଲଫି କର୍ଣ୍ଣର ସ୍ପେଶାଲିଷ୍ଟ ଭାବେ ଦଳରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି । ପୁଣି ୨୧ ମିନିଟ୍‌ରେ ଆଉ ଏକ ପେନାଲଫି କର୍ଣ୍ଣରକୁ ରହିମ ପ୍ରଥମାର୍ଦ୍ଧ ସୁଧା ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ । ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ୱରେ ଭାରତ ଏସିଆ କପ ରଣାଙ୍ଗନକୁ ଓହ୍ଲାଇଛି । ଗ୍ରୁପ୍‌ ପର୍ଯ୍ୟାୟରେ ମଧ୍ୟ ଭଲ ପ୍ରଦର୍ଶନ ଦେଖାଇଥିଲା ଦଳ । ତେବେ ପ୍ରଥମାର୍ଦ୍ଧରେ ମାଲେସିଆଠୁ ପଛରେ ପଡ଼ିବା ଦଳର ଖେଳାଳିଙ୍କ ମନୋବଳକୁ ଭାଙ୍ଗି ଦେଇଥିଲା ।

ଏସିଆ କପ୍‌ ହକି : ଭାରତ-ମାଲେସିଆ ମ୍ୟାଚ୍‌ ଡ୍ର’

ଦ୍ୱିତୀୟାର୍ଦ୍ଧ: ଦ୍ୱିତୀୟାର୍ଦ୍ଧର ୩୦ ମିନିଟ୍‌ ଖେଳରେ ମୋଟ୍‌ ୪ଟି ଗୋଲ୍‌ ହୋଇଥିଲା । ଭାରତ ପକ୍ଷରୁ ୩ଟି ଓ ମାଲେସିଆ ଗୋଟିଏ ଗୋଲ୍‌ କରିଥିଲା । ମ୍ୟାଚ୍‌ର ୩୨ତମ ମିନିଟ୍‌ରେ ଭାରତ ପେନାଲଫି କର୍ଣ୍ଣର ଜରିଆରେ ମ୍ୟାଚ୍‌କୁ ଫେରିଥିଲା । ବିଷ୍ଣୁକାନ୍ତ ସିଂ ଏହି ଗୋଲ୍‌ କରି ମ୍ୟାଚ୍‌କୁ ୨-୧ ସ୍ଥିତିକୁ ଆଣିଥିଲା । କି;ୁ ୫୩ତମ ମିନିଟରେ ଏସ୍‌ଭି ସୁନୀଲ ଫିଲï ଗୋଲ୍‌ ଜରିଆରେ ମ୍ୟାଚର ରୋଚକତା ଭରି ଦେଇଥିଲେ । ୫୫ତମ ମିନିଟ୍‌ରେ ନିଲମ ସଞ୍ଜୀବ ଜେସ୍‌ ପେନାଲଫି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଭାରତକୁ ୩-୨ରେ ଅଗ୍ରଣୀ କରିଥିଲା । ମ୍ୟାଚ୍‌ର ୫ ମିନିଟ୍‌ ଖେଳ ବାକିଥିବାରୁ ଭାରତୀୟ ଶିବିରରେ ଖୁସିର ଲହରି ଖେଳିଯାଇଥିଲା । ହେଲେ ରହିମ୍‌ ୫୬ ମିନିଟ୍‌ରେ ପେନାଲଫି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରୁ ମ୍ୟାଚ୍‌ ୩-୩ ସ୍ଥିତିକୁ ଆସିଥିଲା । ଶେଷ ପର୍ଯ୍ୟନ୍ତ ଏହି ବ୍ୟବଧାନ ଜାରି ରହିବା ସହ ମ୍ୟାଚ୍‌ ଡ୍ର’ ରହିଥିଲା । ପୱନ ରାଜଭରଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା । ମଙ୍ଗଳବାର ଦ୍ୱିତୀୟ ରାଉଣ୍ଡର ଶେଷ ମ୍ୟାଚ୍‌ରେ ଭାରତୀୟ ଦଳ ଦ.କୋରିଆକୁ ଭେଟିବ ।

ଜାପାନକୁ ହରାଇଲା ଦ.କୋରିଆ
ଶକ୍ତିଶାଳୀ ଦ.କୋରିଆ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ଜାପାନକୁ ୩-୧ ଗୋଲ୍‌ରେ ହରାଇଛି । ପ୍ରଥମ ମ୍ୟାଚରେ ଜାପାନ ଭାରତ ନିକଟରୁ ପରାଜିତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ଏହି ଧାରା ଜାରି ରହିଥିଲା । ଦ.କୋରିଆର ଜାଙ୍ଗ ଜଙ୍ଗହୁ୍ୟନ, ୱାଙ୍ଗ ତେଇଲି ଓ ଲି ନାମୟଙ୍ଗ ତଥା ଜାପାନର କୋଜି ୟାମାସାକି ଗୋଲ୍‌ କରିଥିଲେ ।
ମ୍ୟାଚ ଆରମ୍ଭରୁ ଦ.କୋରିଆର ଜାଙ୍ଗ ୧୧୍‌ତମ ମିନିଟ୍‌ରେ ପେନାଲଫି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲେ । ପୁଣି ୩୪ତମ ମିନିଟ୍‌ରେ ୱାଙ୍ଗ ଫିଲïଗୋଲ୍‌ ଜରିଆରେ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ । ମ୍ୟାଚ୍‌ର ୬୦ତମ ମିନିଟ୍‌ରେ ଉଭୟ ପକ୍ଷ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ଦ.କୋରିଆର ଲି’ ଫିଲïଗୋଲ କରିଥିବା ବେଳେ ଜାପାନର ୟାମାସାକି ପେନାଲଫି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲେ ।

Comments are closed.