ରାୟଗଡ଼ା: ମଇ ୩୦: ବିଜେଡି ପକ୍ଷରୁ ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ପୂର୍ବରୁ ଦକ୍ଷିଣ ଓଡ଼ିଶାର ୨ ପ୍ରମୁଖ ନେତା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ପୂର୍ବତନ ବିଦାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନାମକୁ ନେଇ ଦଳୀୟ ମହଲରେ ଯେଉଁ ଆଲୋଚନା ଜାରି ରହିଥିଲା, ତାହାର ପୂର୍ଣ୍ଣଚ୍ଛେଦ ପଡିଛି । ୨୦୧୯ ସାଧାରଣ ନିର୍ବାଚନ ପରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ପ୍ରଦୀପ । ନବୀନ ଗୁରୁତ୍ୱକୁ ଉପଲବ୍ଧି କରି ଭାସ୍କର ରାଓଙ୍କ ପରେ ପ୍ରଦୀପଙ୍କୁ ସୁଯୋଗ ଦେବା ନେଇ ଦଳୀୟ ନେତା, କର୍ମୀ ଆଶାବାଦୀ ଥିଲେ । କି;ୁ କେଉଁ କାରଣ ପାଇଁ ଶେଷ ମୁହୂର୍ତ୍ତରେ ପ୍ରଦୀପଙ୍କୁ ବିଜେଡି ବାଦ୍ ଦେଲା, ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ରାଜ୍ୟସଭା ସାଂସଦ ପଦ ପାଇଁ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନାମକୁ ନେଇ ଦଳୀୟ ମହଲରେ ଆଲୋଚନା ଜାରି ରହିଥିଲା । ଗତ ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଯିବ ବୋଲି ଘୋଷଣା କରିଥିଲେ । ଏହି ପ୍ରତିଶ୍ରୁତିକୁ ଆଶା କରାଯାଉଥିଲା । ତେବେ ଆଜିର ଘୋଷଣା ସବୁଥିରେ ପାଣି ପକାଇଦେଇଛି । ପ୍ରତିକ୍ରିୟାରେ ଚ୍ୟାଉପଟ୍ଟନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଜ୍ୟସଭାକୁ ପଠାଇବାକୁ ମୋତେ ପ୍ରତିଶ୍ରୁତି ଦେଇଥିଲେ ସତ, କି;ୁ ମୋତେ ବହୁ ଗୁରୁଦାୟିତ୍ୱ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ଜିଲ୍ଲା ସଭାପତି ସମେତ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ଲୋକଙ୍କ ପାଇଁ କାମ କରିବା ହେଉଛି ସବୁଠାରୁ ବଡ଼କଥା ବୋଲି ସେ କହିଛନ୍ତି ।
Comments are closed.