ମିକାଙ୍କ ପାଇଁ ବଢାଗଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଳୀ: ଜୁନ୍‌ ୦୧: ଜଣାଶୁଣା ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ଏକ ପ୍ରକାର ଥ୍ରେଟ୍‌ ସାଜିଛି । ସମଗ୍ର ଦେଶ ସହ ଅନେକ ସେଲିବ୍ରେଟି ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ଏଥି ସହିତ ମିକା ସିଂ ସିଦ୍ଧୁଙ୍କୁ ନେଇ ଅନେକ ବିବୃତ୍ତି ମଧ୍ୟ ଦେଇଛନ୍ତି । ନିକଟରେ ସେ କହିଥିଲେ କି ସିଦ୍ଧୁ ଅନେକ ଗ୍ୟାଙ୍ଗଷ୍ଟରଙ୍କ ଠାରୁ ଧମକ ପାଇଛନ୍ତି । ସିଦ୍ଧୁଙ୍କ ମୃତ୍ୟୁ ପଛରେ ତାଙ୍କରି ହାତ ରହିଛି । କହିବାକୁ ଗଲେ ବର୍ତ୍ତମାନ ମିକା ଯୋଧପୁରରେ ତାଙ୍କ ରିଆଲିଟି ସୋ ମିକା ଡି ଭୋଟି ପାଇଁ ସୁଟିଂ କରୁଛନ୍ତି । ଏହି ଶୋରେ ତାଙ୍କର ସ୍ୱୟଂବର କରାଯାଉଛି । ବର୍ତ୍ତମାନ ସେଠାରେ ମିକାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । ଯୋଧପୁର ଡିସିପି ଗଣମାଧ୍ୟମକୁ କହିଛନ୍ତି, ଆମେ ମିକା ସିଂଙ୍କ ସୁରକ୍ଷା ବୃଦ୍ଧି କରିଛୁ । ସେ ନିଜେ ଏ ନେଇ କୌଣସି ଆବେଦନ କରିନାହାନ୍ତି କିନ୍ତୁ ତାଙ୍କ ସୁରକ୍ଷା ଦୃଷ୍ଟିରୁ ଆମେ ଏପରି ନିଷ୍ପତ୍ତି ନେଇଛୁ । କାରଣ ଏହାପୂର୍ବରୁ ମିକା ଏକ ସାକ୍ଷାତକାରରେ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲାସା କରିଥିଲେ । ସେ କହିଥିଲେ କି, ୪ ବର୍ଷ ପୂର୍ବେ ସିଦ୍ଧୁ ମୋତେ କହିଥିଲେ ଯେ ତାଙ୍କୁ ଗ୍ୟାଙ୍ଗଷ୍ଟରଙ୍କ ଠାରୁ ଧମକ ମିଳୁଛି । କିଛି ଗ୍ୟାଙ୍ଗଷ୍ଟର ତାଙ୍କଠାରୁ ଟଙ୍କା ନେବାକୁ ଚାହୁଁଥିଲେ । ଏହା ସହ ମିକା କହିଛନ୍ତି ଯେ ପଞ୍ଜାବରେ ଏକ ବଡ ଗ୍ୟାଙ୍ଗ ଆକଫିଭ୍‌ ଅଛି , ସିଦ୍ଧୁଙ୍କ ମୃତ୍ୟୁ ପଛରେ ତାଙ୍କରି ହାତ ରହିଛି । ତେବେ ଏସବୁ କାରଣ ପାଇଁ ମିକାଙ୍କ ସୁରକ୍ଷାକୁ କଡାକଡି କରାଯାଇଛି ।

Comments are closed.