ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ରଦ୍ଦ କଲେ ସୁପ୍ରିକୋର୍ଟ, ପିଟିସନର୍‌ଙ୍କ ଉପରେ ଜରିମାନା

ଦିଲ୍ଲୀ: ଜୁନ୍‌ ୦୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ର୍ରିମକୋର୍ଟରେ ଏକ ମାମଲା ଦାଏୟ କରାଯାଇଥିଲା । ଆଜିି ସୁପ୍ରିମକୋର୍ଟ ଏନେଇ ବଡ଼ ରାୟ ଶୁଣାଇଛନ୍ତି । ସୂଚନା ଅନୁସାରେ, ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ରଦ୍ଦ କରିଛନ୍ତି । ଏହାସହିତ ଏହି ମାମଲା ଦାଏର କରିଥିବା ପିଟିସନର୍‌ଙ୍କ ଉପରେ ବିରକ୍ତି ପ୍ରକାଶ କରି ସେମାନଙ୍କ ଉପରେ ୧ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି ।

ଏନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ଚାଲିଛି । ଏହି ମହତ କାର୍ଯ୍ୟ ଉପରେ ମାମଲା ଆଣି କୋର୍ଟଙ୍କ ବହୁ ମୂଲ୍ୟ ସମୟ ନଷ୍ଟ ହୋଇଥିବାରୁ ଉଭୟ ପକ୍ଷଙ୍କ ଉପରେ ଜରିମାନା ଲଗାଯାଇଛି ।

ସୂଚନା ଥାଉଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ପ୍ରସଙ୍ଗକୁ ନେଇ ଜଷ୍ଟିସ୍‌ ବି.ଆର୍‌ ଗଭାଇ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଗତକାଲି ମାମଲାର ଶୁଣାଣି କରିଥିଲେ । ମାମଲାର ଶୁଣାଣି କରି ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ । ଏହାସହ ରାୟ ସଂରକ୍ଷିତ ରଖିଥିଲେ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ହେଉଥିବା ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇଙ୍କ ଦ୍ୱାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍‌ ପିଟିସନ୍‌ ହୋଇଥିଲା । ଓଡ଼ିଶା ହାଇକୋର୍ଟଙ୍କ ମେ ୯, ୨୦୨୨ ଆଦେଶ ବିରୋଧରେ ଏହି ଦୁଇ ପିଟିସନ୍‌ ଦାୟର ହୋଇଥିଲା ।

Comments are closed.