ସାମଗ୍ରୀ
ମାଛ, ଏକ ଚାମଚ ଧନିଆ ପାଉଡର, ଏକ କପ୍ ଦହି, ଏକ ଚାମଚ ଅଦା ରସୁଣ ପେଷ୍ଟ, ଏକ ଚାମଚ ଲଙ୍କାଗୁଣ୍ଡ, ଏକ ଚାମଚ ଗରମ ମସଲା, ଅଧା ଚାମଚ ସୋରିଷ ଗୁଣ୍ଡ
ପ୍ରଣାଳୀ : ଗୋଟିଏ ଯାଗାରେ ଦହି, ଅଧା ରସୁଣ ପେଷ୍ଟ, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, ସୋରିଷ ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ପକାଇ ମିଶାନ୍ତୁ । ଏହାପରେ ମାଛ ଖଣ୍ଡକୁ ଏହି ମିଶ୍ରଣରେ ପକାନ୍ତୁ । ଏହାକୁ ଭଲଭାବରେ ଗୋଳାନ୍ତୁ, ଯେପରି ମିଶ୍ରଣ ମାଛରେ ଭଲଭାବରେ ମିଶି ପାରିବ । ଏହାକୁ ଅଧାଘଣ୍ଟାରୁ ଅଧିକ ସମୟ ଏଭଳି ରଖନ୍ତୁ । ଏହାପରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ । ମାଛକୁ ଏକ ଷ୍ଟିକ୍ରେ ଖଞ୍ଜି ଛାଣନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଫିସ୍ ଟିକା ମସଲା । ଏହାକୁ ସସ୍ ସହିତ ପରଷନ୍ତୁ ।
Comments are closed.