ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା -ବଲାଙ୍ଗିର ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ ସାଧାରଣଲୋକ ଏହାକୁ ସ୍ୱାଗତ କରିଛନ୍ତି । ଗ୍ରାମାଞ୍ଚଳରେ ଲୋକମାନେ ରେଳ ପ୍ରକଳ୍ପ ନିର୍ମାଣ କରୁଥିବା ସଂସ୍ଥାଗୁଡିକୁ ସହଯୋଗ କରୁଥିବା ମଧ୍ୟ ଦେଖାଯାଇଛି । କି;ୁ ଜିଲ୍ଲାର ପୁରୁଣାପାଣି ଗ୍ରାମବାସୀମାନେ ରେଳପ୍ରକଳ୍ପ ନିର୍ମାଣକୁ ସ୍ୱାଗତ କରୁଥିଲେ ମଧ୍ୟ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ରାସ୍ତା ତୁରନ୍ତ ନିର୍ମାଣ ପାଇଁ ଦାବି କରିଛନ୍ତି । ସୂଚନା ମୁତାବକ ପୁରୁଣାପାଣି ଓ ଖଇରମାଳା ରାସ୍ତା ଉପରେ ରେଳଲାଇନ ନିର୍ମାଣ କରାଯାଉଥିବାବେଳେ ଏହି ରାସ୍ତା ଦେଇ ପ୍ରତିଦିନ ଯାତାୟତ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ପ୍ରକାଶଥାଉକି ପୁରୁଣାପାଣି ଗ୍ରାମ ନିକଟଦେଇ ରେଳଲାଇନ ନିର୍ମାଣ କରାଯାଉଥିବାବେଳେ ଗ୍ରାମବାସୀଙ୍କ ଜମିବାଡି ମଧ୍ୟ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ତେବେ ଅନେକ ଗ୍ରାମବାସୀଙ୍କ ଜମିବାଡି ଗ୍ରାମଠାରୁ କିଛି ଦୂରରେ ରହିଥିବାବେଳେ ଜମି ଓ ଗ୍ରାମ ମଧ୍ୟରେ ରେଳ ଲାଇନ ନିର୍ମାଣ ଯୋଗୁଁ ଜମିକୁ ଯିବାକୁ ଆଉ ଅନ୍ୟ କୌଣସି ରାସ୍ତା ନାହିଁ । ତେଣୁ ଗ୍ରାମବାସୀମାନେ ରେଳ ଲାଇନ ନିର୍ମାଣ କରୁଥିବା ଠିକା ସଂସ୍ଥାକୁ ଜମିକୁ ଯିବା ପାଇଁ ରାସ୍ତା ପ୍ରଦାନ କରିବାକୁ ନିବେଦନ କରିଥିଲେ । ଏନେଇ ଠିକା ସଂସ୍ଥା ଓ ଗ୍ରାମବାସୀଙ୍କ ମଧ୍ୟରେ ସହମତି ହେବା ସହିତ ଏକ ଚୁକ୍ତି ମଧ୍ୟ ହୋଇଥିଲା । କି;ୁ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଗ୍ରାମବାସୀମାନେ ଏନେଇ ଜିଲ୍ଲାପାଳଙ୍କ ପାଖରେ ପୁର୍ବରୁ ମଧ୍ୟ ଅଭିଯୋଗ କରିଥିଲେ । କି;ୁ ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରିନାହିଁ । ରାସ୍ତା ନିର୍ମାଣ ନକରିବା ପୂର୍ବରୁ ରେଳଲାଇନ ନିର୍ମାଣକୁ ବିରୋଧ କରିବାରୁ ପୁଲିସ ସହାୟତାରେ ଠିକାସଂସ୍ଥା ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ଅଭିଯୋଗ କରିଛନ୍ତି । ତେଣୁ ଆସନ୍ତା ୧୦ ଦିନ ମଧ୍ୟରେ ଏହାର ସ୍ଥାୟି ସମାଧାନ କରାନଗଲେ ଗ୍ରାମବାସୀମାନେ ଅନଶନରେ ବସିବା ସହିତ ଆଇନ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ଗୁରୁବାର ଦିନ ଜିଲ୍ଲାପାଳଙ୍କୁ ଏକ ଦାବୀ ଦେବା ସହ ଚେତାବନୀ ଦେଇଛନ୍ତି ।
Comments are closed.