କଟକ:ଜୁନ୍ ୦୭: କ୍ରିକେଟ୍ପ୍ରେୀଙ୍କ ପାଇଁ ଖୁସିର ଖବର ଶୁଣାଇନ୍ତି ଓଡ଼ିଶାର ଉଚ୍ଚ ନ୍ୟାୟାଳୟ । ବାରବାଟୀ ଷ୍ଟାଡିୟମରେ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ ବନ୍ଦ କରିବାକୁ ହାଇକୋର୍ଟରେ ଯେଉଁ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା, ତାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି । ଫଳରେ ବାରବାଟର ଷ୍ଟାଡିୟମ୍ରେ ଆସନ୍ତା ୧୨ ତାରିଖରେ କ୍ରିକେଟ୍ ଅନୁଷ୍ଠିତ ହେବ ।
ସୂଚନା ଥାଉଯେ- ବାରବାଟୀ ଷ୍ଟାଡିୟମର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ନାହିଁ । ଏଥି କାରଣରୁ ଦର୍ଶକଙ୍କ ସୁରକ୍ଷା ପାଇଁ ଆସନ୍ତା ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଖେଳରେ ଦର୍ଶକଙ୍କୁ ଗ୍ୟାଲେରିକୁ ଅନୁମତି ନଦେବାକୁ ମାନବାଧିକାର କର୍ମୀ ସଞ୍ଜୟ କୁମାର ନାଏକ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଯାହାକୁ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି ।
Comments are closed.