ମୁମ୍ବାଇ: ଜିନ ୭: ସୋନି ଟିଭିର ଲୋକପ୍ରିୟ ଶୋ ଦ କପିଲ ଶର୍ମା ଶୋ । ବର୍ତ୍ତମାନ ଏହି ଶୋକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣିଲା ପରେ ଫ୍ୟାନ୍ସଙ୍କୁ ଶକ୍ତ ଝଟକା ଲାଗିପାରେ । ଶୁଣାଯାଉଛି ଯେ ବର୍ତ୍ତମାନ ଏହି ଶୋ ବନ୍ଦ ହେବାକୁ ଯାଉଛି । ତେବେ ଏହା ମାତ୍ର କିଛି ସମୟ ପାଇଁ ବନ୍ଦ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ ଦୀର୍ଘ ସମୟ ଧରି ପ୍ରସାରିତ ହେଉଥିବା ଶୋ କପିଲ ଶର୍ମା, କିଛି ସମୟ ପାଇଁ ବ୍ରେକ୍ ନେଉଛନ୍ତି । ବାସ୍ତବରେ, ହୋଷ୍ଟ କପିଲ ଶର୍ମା ଏବଂ ତାଙ୍କ ଟିମ୍ କୌଣସି କାର୍ଯ୍ୟ ପାଇଁ ଆମେରିକା ଯାଉଛନ୍ତି । ତେବେ ଏହାର ତୃତୀୟ ସିଜନ୍ ଜୁନ୍ ୫ରେ ଶେଷ ହୋଇଛି । କୌଣସି କାମ ବା ନୂଆ ଡିଲ ପାଇଁ ଏପରି ହୋଇଥିବା କୁହାଯାଉଛି । ଆମେରିକାରେ କାମ ଶେଷ ହେବା ପରେ ପୁଣି ଭାରତୀୟ ଜନତାଙ୍କୁ ତାଙ୍କ କମେଡିରେ ହସେଇବେ କମେଡି କିଙ୍ଗ କପିଲ ଶର୍ମା ।
Comments are closed.