ଡୋମିନିକାନ୍‌ ରିପବ୍ଲିକର ପରିବେଶ ମନ୍ତ୍ରୀଙ୍କୁ ହତ୍ୟା

ନୂଆଦିଲ୍ଲୀ: ଜୁନ ୭: ଡୋମିନିକାନ୍‌ ରିପବ୍ଲିକର ପରିବେଶ ମନ୍ତ୍ରୀଙ୍କୁ ହତ୍ୟା । ଗତକାଲି ତାଙ୍କ କାର୍ଯ୍ୟାଳୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ । ତେବେ ଏପରି ଘଟଣାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଅର୍ଲାଣ୍ଡୋ ଜର୍ଜ ମେରା ହତ୍ୟାର ଶିକାର ହୋଇଛନ୍ତି । ଅର୍ଲାଣ୍ଡୋଙ୍କୁ ତାଙ୍କର ଜଣେ ସାଙ୍ଗ ମିଗୁଏଲ କ୍ରୁଜ ଗୁଳି କରି ହତ୍ୟା କରିଛନ୍ତି । ତାଙ୍କୁ ଗିରଫ କରାଯାଇଛି, ହେଲେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ଅର୍ଲାଣ୍ଡୋ ଡୋମିକାନ ରିପବ୍ଲିକର ପୂର୍ବତନ ରାଷ୍ଟ୍ରପତି ସାଲଭାଡୋର ଜର୍ଜ ବ୍ଲାନକୋଙ୍କ ପୁଅ । ସେ ଜଣେ ରାଜନେତିକ ପରିବାରରୁ ଆସିଛନ୍ତି । ରାଷ୍ଟ୍ରପତି ଲୁଇସ୍‌ ଅବିନାଡର ଉକ୍ତ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଅର୍ଲାଣ୍ଡୋଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, କ୍ରୁଜ ପିଲାଦିନରୁ ଜର୍ଜଙ୍କ ବନ୍ଧୁ ଥିଲେ, କି;ୁ ସେ କାହିଁକି ଏପରି ହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହଁ । ତେବେ ଘଟଣାରେ ସେଠାକାର ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Comments are closed.