ଭୁବନେଶ୍ୱର : ଭାରତ-ଦ.ଆଫି୍ରକା ଦ୍ୱିତୀୟ ଟି-୨୦ ମ୍ୟାଚ୍ ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ନିମନ୍ତେ ପ୍ରସ୍ତୁତି ପର୍ବ ଶେଷ ହୋଇଥିବାବେଳେ ଗୁରୁବାର ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ କାଉଣ୍ଟର ଖୋଲିଥିଲା । ମୋଟ ୧୨,୦୯୩ ଟିକେଟ ମାତ୍ର କେଇଘଣ୍ଟା ମଧ୍ୟରେ ଶେଷ ହୋଇଗଲା । ଟିକେଟ୍ ବିକି୍ରର ପୂର୍ବଦିନ ମଧ୍ୟରାତି୍ରରୁ ହଜାର ହଜାର ଦର୍ଶକ ବାରବାଟୀର ୯ଟି କାଉଣ୍ଟର ସାମ୍ନାରେ ଲମ୍ବା ଲାଇନ ଲଗାଇଥିଲେ । ସକାଳ ୯ଟାରୁ ଟିକେଟ୍ ବିକି୍ର ଆରମ୍ଭ ହୋଇଥିଲା । ୧୦ହଜାର ୭୩୧ଟି ଗ୍ୟାଲେରୀ ଟିକେଟ୍ ଥିବାବେଳେ ୧୩୬୨ଟି ହାଇଭାଲୁ୍ୟ ଟିକେଟ୍ ବିକ୍ରି ହୋଇଥିଲା । ଜଣେ ଦର୍ଶକ ଆଧାର କାର୍ଡ଼ କିମ୍ବା ଭୋଟର ଆଇକାର୍ଡ଼ ପ୍ରମାଣ ଦେଖାଇ ଦୁଇଟି ଟିକେଟ୍ ନେବାର ପ୍ରାବଧାନ ଥିଲା ।
ପୁରୁଷ ଦର୍ଶକଙ୍କ ପାଇଁ ୭ଟି କାଉଣ୍ଟର ତଥା ମହିଳା ଦର୍ଶକଙ୍କ ପାଇଁ ୨ଟି ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇଥିଲା । ତେବେ ପ୍ରବଳ ଭିଡ଼ କାରଣରୁ ଦର୍ଶକଙ୍କ ମଧ୍ୟରେ ଠେଲାପେଲା ଓ ଅସନ୍ତୋଷ ଦେଖାଦେଇଥିଲା । ଖାସ୍ କରି ବିଶୃଙ୍ଖଳିତ ମହିଳା ଦର୍ଶକଙ୍କୁ ନିୟନ୍ତ୍ରଣ କରିବା ପାଇଁ ମୁତୟନ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା ।
ଶୁକ୍ରବାର ଭାରତ ଓ ଦ.ଆଫି୍ରକା ଖେଳାଳି ଭୁବନେଶ୍ୱରରେ ପହଞ୍ଚିବେ । ଏଥିପାଇଁ ବିମାନବନ୍ଦରରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ବିମାନବନ୍ଦରରୁ ହୋଟେଲ ଏବଂ ହୋଟେଲ୍ରୁ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ପୋଲିସର କାରକେଡ୍ ରିହରଶାଲ ହୋଇଥିଲା । ହୋଟେଲ୍ ମେ’ଫେୟାର୍ରେ ଖେଳାଳିଙ୍କୁ ଉଚିତ ଆତିଥ୍ୟ ପ୍ରଦାନ ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି । ହୋଟେଲ୍ର ସମସ୍ତ ରୁମ୍ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ବୁକିଂ ହୋଇଛି । ଉଭୟ ଦେଶର ଖେଳାଳି ଓ ସପୋର୍ଟିଂ ଷ୍ଟାଫ୍ଙ୍କ ଲାଗି କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ପ୍ରସ୍ତୁତି କରିବାକୁ ବିସିସିଆଇ ପକ୍ଷରୁ ହୋଟେଲକୁ ସୂଚନା ଦିଆଯାଇଛି । ହୋଟେଲର ସମସ୍ତ କର୍ମଚାରୀ କରୋନା ଗାଇଡ୍କୁ ମାନି ସେବା ପ୍ରଦାନ କରିବେ । ଡବଲ୍ ଡୋଜ୍ ନେଇଥିବା କର୍ମଚାରୀଙ୍କୁ ହିଁ ଖେଳାଳିଙ୍କ ସେବା କାର୍ଯ୍ୟରେ ଲଗାଯିବ । ଖେଳାଳିମାନେ ପହଞ୍ଚିବାର ୪୮ ଘଣ୍ଟା ପୂର୍ବରୁ ହୋଟେଲ୍ର କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଛି । ସମସ୍ତ କର୍ମଚାରୀ ମାସ୍କ ପିନ୍ଧି ସେବା ପ୍ରଦାନ କରିବେ ବୋଲି ହୋଟେଲ୍ ତରଫରୁ ସୂଚନା ଦିଆଯାଇଛି ।
Comments are closed.