ଦିଲ୍ଲୀ: ଜୁନ୍ ୧୪: ସେନାରେ ଭର୍ତ୍ତି ହେବା ପାଇଁ ଭାରତ ସରକାର ଆଜି ‘ଅଗ୍ନିପଥ’ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧିନରେ ଭାରତୀୟ ଯୁବକ ସ୍ଥଳସେନା, ନୌସେନା ଓ ବାୟୁସେନାରେ ଯୋଗ ଦେଇ ଦେଶ ପାଇଁ ସୁଯୋଗ ମିଳିବ । ଯାହାକୁ ‘ଟୁର୍ ଅଫ୍ ଡୁ୍ୟଟି’କୁହାଯାଉଛି । ମହିଳାମାନେ ମଧ୍ୟ ଏହି ଅଗ୍ନିପଥ ଯୋଜନାରେ ନିୟୁକ୍ତି ପାଇବେ । ଯୋଜନା ଅଧୀନରେ ଭର୍ତ୍ତି ହୋଇଥିବା ୮୦% ଯୁବକଙ୍କୁ ଏଥିରୁ ବିରାମ ଦିଆଯିବ । ହେଲେ ୪ ବର୍ଷ ମଧ୍ୟରେ ଯେଉଁମାନଙ୍କର ପ୍ରଦର୍ଶନ ଭଲ ରହିବ ସେମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ଯୁବକଙ୍କୁ ସେନାରେ ବଜାୟ ରଖାଯିବ ।
ସାଧାରଣ ସେନାଙ୍କୁ ରହିବେ ଭିନ୍ନ-
* ତେବେ ଅଗ୍ନିପଥ ଯୋଜନାରେ ନିୟୁକ୍ତ ପାଇଥିବା ସେନାଙ୍କ ର୍ୟାଙ୍କ ସ୍ୱତନ୍ତ୍ର ରହିବା ସହିତ ସେମାନଙ୍କ ଗଣପୋଷାକ ଭିନ୍ନ ରହିବ ।
* ଅଗ୍ନିବୀର ପଦବୀ ଅଫିସର୍ଙ୍କ ର୍ୟାଙ୍କ ତଳେ ରହିବେ ।
* ଏମାନଙ୍କ ଚାକିରୀ ଅବଧି ୪ ବର୍ଷ ରହିବ । ସେହି ୪ ବର୍ଷ ମଧ୍ୟରେ ୬ମାସର ପ୍ରଶିକ୍ଷଣ ମିଶି ରହିବ ।
* ସେହିପରି ୪ ବର୍ଷ ଅବସର ପରେ ଅଗ୍ନିପଥ ସେନାଙ୍କୁ ଏକାକାଳୀନ ୧୧ ଲକ୍ଷ ଟଙ୍କା ମିଳିବ । ସେମାନଙ୍କ ପାଇଁ ପେନ୍ସନ ବ୍ୟବସ୍ଥା ରହିବ ନାହିଁ ।
* ଅଗ୍ନିପଥ ସେନାମାନେ ମାସକୁ ୩୦ରୁ ୪୦ ହଜାର ଦରମା ପାଇବେ ।
* ସେମାନଙ୍କୁ ବିନା ଦେୟରେ ୪୮ ଲକ୍ଷ ଟଙ୍କା ବୀମା ମିଳିବ ।
* ପ୍ରଥମ ପର୍ଯ୍ୟାୟରେ ୩ ବାହିନୀରେ ପ୍ରାୟ ୪୦ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ । ଅବସର ପରେ ସେମାନଙ୍କୁ ଅଗ୍ନିବୀର ସ୍କିଲ ପ୍ରମାଣପତ୍ର ବି ମିଳିବ ।
* ସେବାମୁକ୍ତ ହେବା ପରେ ଅଗ୍ନିବୀରମାନେ ଅନ୍ୟାନ୍ୟ ସଂସ୍ଥାରେ ଚାକିରୀ ମଧ୍ୟ କରିପାରିବେ ।
ଦୁଇ ସପ୍ତାହ ପୂର୍ବେ ଜଳ, ସ୍ଥଳ ଏବଂ ବାୟୁସେନାର ମୁଖ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଗ୍ନିପଥ ଯୋଜନା ବିଷୟରେ ଅବଗତ କରାଇଥିଲେ । ଏହି
ପ୍ରତିରକ୍ଷା ବାହିନୀର ଖର୍ଚ୍ଚ ଏବଂ ବୟସ ହ ୍ରାସ କରିବା ପାଇଁ ଟୁର୍ ଅଫ୍ ଡୁ୍ୟଟି ମଧ୍ୟ ଉଦ୍ଦିଷ୍ଟ । ଏହି ଯୋଜନାରେ ଭାରତୀୟ ସଶସ୍ତ୍ର ବାହିନୀର ହାରାହାରି ବୟସ ପ୍ରୋଫାଇଲକୁ ୩୫ ବର୍ଷରୁ ୨୫ ବର୍ଷକୁ ହ ୍ରାସ କରାଯିବ ।
Comments are closed.