ଦିଲ୍ଲୀ: ଜୁନ୍ ୧୫: ୩୪ ବର୍ଷିୟା ଭାରତୀୟ ବଂଶୋଦ୍ଭବ ତଥା ଭୌତିକ ବିଜ୍ଞାନୀ ଆରତୀ ପ୍ରଭାକରଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବେ ନିଜର ବିଜ୍ଞାନ ପରାମର୍ଶଦାତା ଭାବେ ନିଯୁକ୍ତ କରିବାକୁ ଯାଉଛନ୍ତି । ରାଷ୍ଟ୍ରପତି ଆରତୀଙ୍କୁ ‘ହ୍ୱାଇଟ ହାଉସ ଅଫିସ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି’ର ନିର୍ଦ୍ଦେଶକ ଭାବେ ନିଯୁକ୍ତି କରିପାରନ୍ତି । ଏରିକ ଲ୍ୟାଣ୍ଡରଙ୍କ ସ୍ଥାନରେ ଆରତୀ ଖୁବ୍ ଶିଘ୍ର ନିଯୁକ୍ତି ପାଇବେ ବୋଲି ଖବର ରହିଛି ।
ଆରତୀଙ୍କୁ ଏହି ପଦବୀରେ ନିଯୁକ୍ତ କରିବାକୁ ଆମେରିକା ସିନେଟ୍ର ମଞ୍ଜୁରୀ ଆବଶ୍ୟକ ଓ ଏହି ପ୍ରକ୍ରିୟା ପାଇଁ ଗୋଟିଏ ମାସ ସମୟ ଲାଗିବ ବୋଲି କୁହାଯାଉଛି । ଏହି ପଦବୀରେ ଆରତୀ ଅବସ୍ଥାପିତ ହେବା ପରେ ସେ ସମସ୍ୟାଗତ ବିଜ୍ଞାନ ନୀତି ଉପରେ କାମ କରିବେ ।
ସୂଚନା ଥାଉଯେ, ଆରତୀ ପ୍ରଭାକର ଜଣେ ଭୌତିକ ବିଜ୍ଞାନୀ । ତାଙ୍କୁ ୧୯୯୩ ମହିହାରେ ତକ୍ରାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ରାଷ୍ଟ୍ରୀୟ ମାନକ ଏବଂ ପ୍ରଦ୍ୟୋଗିକ ସଂସ୍ଥାନ (ଏନଆଇଏସଟି)ର ନେତୃତ୍ୱ ନେବାକୁ ଚୟନ କରିଥିଲେ । କେବଳ ସେତିକି ନୁହେଁ ଏହାର ୨୦ ବର୍ଷ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆରତୀଙ୍କୁ ଡିଫେନ୍ସ ଆଡଭାନ୍ସ ରିସର୍ଚ୍ଚ ପ୍ରୋଜେକ୍ଟସ ଏଜେନ୍ସିର ନେତୃତ୍ୱ ନେବାକୁ ମଧ୍ୟ ଚୟନ କରିଥିଲେ । ଆମେରିକାର ଡିଏଆର୍ପିଏ(ଯୁକ୍ତରାଷ୍ଟ୍ର ପ୍ରତିରକ୍ଷା ଆଡ୍ଭାନ୍ସ ରିସର୍ଚ୍ଚ ପ୍ରୋଜେକ୍ଟ ଏଜେନ୍ସି)ର ପୂର୍ବତନ ମୁଖ୍ୟ ରହିସାରିଛନ୍ତି । ବର୍ତ୍ତମାନ ଏକ ଅଣ ଲାଭକାରୀ ସଂସ୍ଥାର ସେ ସିିଇଓ ଭାବେ କାର୍ଯ୍ୟରତ । ସେ ୧୯୯୩ ରୁ ୧୯୯୭ ପର୍ଯ୍ୟନ୍ତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଷ୍ଟାଣ୍ଡାର୍ଡ ଆଣ୍ଡ ଟେକ୍ନୋଲୋଜି (ଏନ୍ଆଇଏସ୍ଟି)ର ନେତୃତ୍ୱ ନେଇଥିଲେ ଏବଂ ସେ ହେଉଛନ୍ତି ଏନ୍ଆଇଏସ୍ଟିର ନେତୃତ୍ୱ ନେଇଥିବା ପ୍ରଥମ ମହିଳା ।
Comments are closed.