ଭଙ୍ଗା ହାଡ଼କୁ ଯୋଡି ଦେଉଛି ଦେଶୀ କୁକୁଡ଼ା ଅଣ୍ଡା ଓ ଗୁଆ ଘିଅ

ବୌଦ୍ଧ: ଯୁଗ ବଦଳିବା ସାଙ୍ଗକୁ ବଦଳୁଛି ଚିକିତ୍ସା ପଦ୍ଧତି । ବିଜ୍ଞାନ ସହିତ ତାଳ ଦେଇ ଉନ୍ନତମାନର ଜ୍ଞାନ କୌଶଳକୁ ବ୍ୟବହାର କରି ବହୁ ଦୁରାରୋଗ୍ୟର କରାଯାଉଛି ଚିକିତ୍ସା । ତେବେ ଏହାରି ଭିତରେ ଆଜି ବି ଗ୍ରାମାଞ୍ଚଳରେ ଆୟୁର୍ବେଦ ଓ ଘରୋଇ ଚିକିତ୍ସା ଉପରେ ଲୋକେ ର୍ନିଭର କରୁଛନ୍ତି । ବିଶେଷ କରି ଭଙ୍ଗା ହାଡ଼ ଗୋଡ଼ର ଚିକିତ୍ସା ପାଇଁ ଏବେ ଦେଶୀ ଚିକିତ୍ସା ପ୍ରତି ରୋଗୀଙ୍କ ଆସ୍ଥା ବଢ଼ିବାରେ ଲାଗୁଛି । ହେଲେ ଭଙ୍ଗା ହାଡ଼ଗୋଡ଼ର ଦେଶୀ ଚିକିତ୍ସା ପଦ୍ଧତିକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇପଡିବେ ।

ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି, ଏହିପରି ଦୃଶ୍ୟ । ହାଡ଼ଗୋଡ଼ ଭାଙ୍ଗି ଯାଇଥିବା ରୋଗୀଙ୍କ ଲାଗୁଛି ଲମ୍ବା ଲାଇନ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୁଷଣପୁର ପଞ୍ଚାୟତ ଅନ୍ତର୍ଗତ ଝାରରାଜିଙ୍ଗ ଗ୍ରାମର ଅଜିତ ପ୍ରଧାନଙ୍କ ଘର । ଅଜିତଙ୍କ ପିତା ବଳଭଦ୍ର ପ୍ରଧାନ ପିଲାଟି ଦିନରୁ ହାଡ଼ଗୋଡ଼ ଭାଗିଯାଇଥିବା ରୋଗୀଙ୍କୁ ଚିକିତ୍ସା କରି ଆସୁଥିଲେ । ତେବେ ପିତାଙ୍କ ପରେ ଏବେ ଦାୟିତ୍ୱ ନେଇଛନ୍ତି ପୁତ୍ର ଅଜିତ ପ୍ରଧାନ ,କେବଳ ଅଜିତ ଏକା ନୁହଁନ୍ତି ପରିବାର ଲୋକେ ଚିକିତ୍ସା ସେବାରେ ଲାଗି ପଡ଼ିଥାନ୍ତି,ଦେଶୀ କୁକୁଡ଼ା ଅଣ୍ଡା ଆଉ ଗୁଆ ଘିଅକୁ ବ୍ୟବହାର କରି ଚିକିତ୍ସା କରିଥାନ୍ତି ।

ଭଙ୍ଗା ହାଡ଼କୁ ଯୋଡି ଦେଉଛି ଦେଶୀ କୁକୁଡ଼ା ଅଣ୍ଡା ଓ ଗୁଆ ଘିଅ

ଏହା ସହିତ ଜଙ୍ଗଲରୁ ସଂଗ୍ରହ କରି କିଛି ଚେରମୁଳିରୁ ମଲମ ପ୍ରସ୍ତୁତ କରିଥାନ୍ତି,ପ୍ରଥମେ ଏକ୍ସରେ ଦ୍ୱାରା ଭାଙ୍ଗିଥିବା ସ୍ଥାନକୁ ଚିହ୍ନଟ କରି ସେଠାରେ ଦେଶୀ କୁକୁଡ଼ା ଅଣ୍ଡା ଦ୍ୱାରା ମସାଜ କରିଥାନ୍ତି, ଏହାପରେ ଚେରମୁଳି ମଲମରେ ଗୁଆଘିଅକୁ ମିଶାଇ ଭାଙ୍ଗିଥିବା ସ୍ଥାନରେ ଲେପ ଲଗାଇ ବାଉଁଶ ପଟି, କାଗଜ ପାଟି ଦେଇ ବାନ୍ଧି ଥାନ୍ତି । ଏହା ପରେ ସେମାନଙ୍କୁ ଆସନ୍ତା ୭ଦିନ ପର୍ଯ୍ୟନ୍ତ ରୋଗୀଙ୍କୁ ଛାଡି ଦେଇଥାନ୍ତି । ୭ ଦିନ ପରେ ପଟି ଖୋଲିବାକୁ ଆସିଥିବା ରୋଗୀଙ୍କ ଭାଙ୍ଗିଥିବା ହାଡ଼ ଯୋଡି ହୋଇଥାଏ । ଅଜିତଙ୍କ ଦେଶୀ ଚିକିତ୍ସାରେ ବହୁ ହାଡ଼ଗୋଡ଼ ଭଙ୍ଗା ରୋଗୀ ଭଲ ହେଉଥିବାରୁ ପ୍ରତିଦିନ ଅଜିତଙ୍କ ପାଖକୁ ବହୁ ଦୁଦୁରାନ୍ତରୁ ରୋଗୀ ଆସି ଚିକିତ୍ସିତ ହୋଇଥାନ୍ତି, ବୌଦ୍ଧ,କନ୍ଧମାଳ, ସୋନପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏବଂ ରାଜ୍ୟ ବାହାରୁ ମଧ୍ୟ ଚିକିତ୍ସା ପାଇଁ ଧାଇଁ ଆସନ୍ତି ,ଅଜିତ ଓ ତାଙ୍କ ପରିବାର ଏହି ସେବାକୁ ବ୍ରତ କରି ନିୟମିତ ସେବା କରିଥାନ୍ତି । ଅନ୍ୟପଟେ ହାଡ଼ଗୋଡ଼ ଭଙ୍ଗା ରୋଗୀ ମାନେ ବଡ଼ବଡ଼ ଡାକ୍ତରଖାନାକୁ ନ ଯାଇ ଏହି ଦେଶୀ ଚିକିତ୍ସା ଉପରେ ନିର୍ଭର କରିଥାନ୍ତି ।

ଭଙ୍ଗା ହାଡ଼କୁ ଯୋଡି ଦେଉଛି ଦେଶୀ କୁକୁଡ଼ା ଅଣ୍ଡା ଓ ଗୁଆ ଘିଅ

ବଡ଼ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥାଏ, ତାଛଡା ଡାକ୍ତରଖାନା ବେଡ଼ରେ ମାସ ମାସ ଧରି ରହି ଖର୍ଚ୍ଛାନ୍ତ ହୋଇଥାନ୍ତି । ଏପରି ସ୍ଥଳରେ ଅଜିତଙ୍କ ଦେଶୀ କୁକୁଡ଼ା ଅଣ୍ଡା ,ଗୁଆ ଘିଅ ସାଙ୍ଗକୁ କିଛି ଚେରମୁଳି ଔଷଧ ହାଡ଼ଗୋଡ଼ ଭଙ୍ଗା ରୋଗୀଙ୍କ ପାଇଁ ବେଶ ଆଦୃତ ହୋଇପାରିଛି । ଏପଟେ ପ୍ରତିଦିନ ୨୦ରୁ ଅଧିକ ହାଡ଼ଗୋଡ଼ ଭଙ୍ଗା ରୋଗୀଙ୍କ ଚିକିତ୍ସା କରୁଥିବା ଅଜିତ ଏଯାଏଁ ୧୦ ହଜାରରୁ ଅଧିକ ହାଡ଼ଗୋଡ଼ ଭାଙ୍ଗି ଯାଇଥିବା ରୋଗୀଙ୍କୁ ସୁସ୍ଥ କରିଥିବା କହିଛନ୍ତି ।

Comments are closed.