ନୂଆପଡ଼ା ମାଓ ଆକ୍ରମଣ ଘଟଣା: ରକେଟ୍‌ ଲଞ୍ଚର ବ୍ୟବହାର କରିଛନ୍ତି ମାଓବାଦୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ସୁନାବେଡ଼ା ଅଭୟାରଣ୍ୟ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଆକ୍ରମଣରେ ୩ ଯବାନ ସହିଦ ହେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଚିନ୍ତା ବଢ଼ାଇ ଦେଇଛି । ଏହି ଆକ୍ରମଣ ଘଟଣାରେ ଜଣେ ମାଓବାଦୀ ଦଶରୁ ମାଷ୍ଟରମାଇଣ୍ଡ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେବେ ସେ ନିଜେ ଏହି ଆକ୍ରମଣରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିଲା କି ନାହିଁ, ସେଥିନେଇ ପୁଲିସ୍‌ ବାହିନୀ ପାଖରେ କୌଣସି ଠୋସ୍‌ ପ୍ରମାଣ ନାହିଁ । କି;ୁ ଦଶରୁଙ୍କ ନେତୃତ୍ୱରେ ଯବାନଙ୍କ ଉପରକୁ ଆକ୍ରମଣର ଯୋଜନା କରାଯାଇଥିବା ପୁଲିସ୍‌ ପ୍ରଶାସନ ନିକଟରେ ପ୍ରମାଣ ରହିଥିବା ଜଣାପଡ଼ିଛି ।

ନୂଆପଡ଼ା ମାଓ ଆକ୍ରମଣ ଘଟଣା: ରକେଟ୍‌ ଲଞ୍ଚର ବ୍ୟବହାର କରିଛନ୍ତି ମାଓବାଦୀ

ପାଟଧରା ଠାରେ ନୂଆ କ୍ୟାମ୍ପ ହେବା ଦିନଠାରୁ ଯବାନଙ୍କ ଗତିବିଧି ଉପରେ ଦଶରୁ ତୀå ନଜର ରଖିଥିଲା । ଏଥିସହ ଯବାନଙ୍କ ଉପରେ ଆକ୍ରମଣ କରିବା ପାଇଁ ସୁଯୋଗ ଅପେକ୍ଷାରେ ରହିଥିଲା । କେବଳ ସେତିକି ନୁହେଁ, ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ମାଓ ନେତା କାର୍ତ୍ତିକ ଓରଫ ରାମଚନ୍ଦ୍ର ଓ ଦଶରୁ ସମସ୍ତ ଯୋଜନାର ତଦାରଖ କରୁଥିବା ବିଶେଷ ସୁତ୍ରରୁ ଜଣାପଡ଼ିଛି । ବୁଧବାର ସିଆରପିଏଫ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବା ପରେ ଏହା ସ୍ପଷ୍ଟ ହୋଇଛି । ଆହୁରି ମଧ୍ୟ ଜଣାଯାଇଛି ଯେ, ଦଶରୁର ନେତୃତ୍ୱରେ ଗତ ୨ ମାସ ହେବ ଏହି ଆକ୍ରମଣର ଯୋଜନା କରାଯାଉଥିଲା । ଦଶରୁ ବର୍ତ୍ତମାନ ଗରିଆବନ୍ଦ ଓ ନୂଆପଡ଼ା ଡିଭିଜନର ନେତୃତ୍ୱ ନେଉଛି । କୁହାଯାଉଛି ଯେ, ମଙ୍ଗଳବାର ଦଶରୁର ନେତୃତ୍ୱରେ ୨୦ରୁ ୩୦ ଜଣ ମାଓବାଦୀ ଏହି ଆକ୍ରମଣରେ ସାମିଲ ଥିଲେ । ଭଇଁଷାଦାନୀ ଓ ପାଟଦରା ସିଆରପିଏଫ କ୍ୟାମ୍ପର ମଝିରେ କଂକ୍ରିଟ ରୋଡ଼ କାମ ଚାଲିଥିଲା । ଏହି ସମୟରେ ସିଆରପିଏଫ ଯବାନମାନେ ରାସ୍ତା ଓପନିଂ ପାର୍ଟି ଭାବେ (ଆର୍‌ଓପି, ରୋଡ଼ କ୍ଲିୟରାନ୍ସ) କାର୍ଯ୍ୟ କରୁଥିଲେ । ଏହି ସମୟରେ ବର୍ଷା ହେବା ଫଳରେ ୩ ଜଣ ଯବାନ ଏକ ଗଛ ତଳେ ରହିବା ପାଇଁ ତାରପୋଲିନ୍‌ ବ୍ୟବସ୍ଥା କରୁଥିବା ସମୟରେ ୨୦ରୁ ୩୦ ଜଣ ମାଓବାଦୀ ହଠାତ୍‌ ଗୁଳି ଚାଳନା କରିବା ସହ ରକେଟ୍‌ ଲଞ୍ଚରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ଯବାନମାନଙ୍କ ମୃତ୍ୟୁ ଘଟିଥିଲା ।

ନୂଆପଡ଼ା ମାଓ ଆକ୍ରମଣ ଘଟଣା: ରକେଟ୍‌ ଲଞ୍ଚର ବ୍ୟବହାର କରିଛନ୍ତି ମାଓବାଦୀ

ମାଓବାଦୀମାନେ ମୃତ ଯବାନଙ୍କ ପାଖକୁଯାଇ ଏକେଏମ୍‌ -୭୯, ଏକେ-୪୭ ସହ ଆଧୁନିକ ଅସ୍ତ୍ର ୟୁବିଜିଏଲକୁ ନେଇ ଯାଇଥିଲେ । ପରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ କିଛି ସମୟ ପାଇଁ ଗୁଳି ବିନିମୟ ହୋଇଥିବା ବେଳେ ୩ରୁ ୪ଟି ରକେଟ ଲଞ୍ଚର ମାଡ଼ କରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଆକ୍ରମଣସ୍ଥଳରେ ୩ଟି ରକେଟ୍‌ ଲଞ୍ଚର ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ପ୍ରଥମ କରି ମାଓବାଦୀମାନେ ରକେଟ ଲଞ୍ଚର ମାଧ୍ୟମରେ ଆକ୍ରମଣ କରିଥିବାରୁ ରାଜ୍ୟ ପୁଲିସ୍‌ ବାହିନୀ ପାଇଁ ଚିନ୍ତାର କାରଣ ପାଲଟିଛି ।

ବୁଧବାର ଘଟଣାସ୍ଥଳରେ ନୂଆପଡ଼ା ୨୧୬ ସିଆରପିଏଫ୍‌ ବାଟାଲିୟନ ଅଧିକାରୀ ଓ ଯବାନମାନେ ପହଞ୍ଚି ଆକ୍ରମଣସ୍ଥଳର ଅନୁଧ୍ୟାନ କରିଥିଲେ । ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ନୂଆପଡ଼ା ପହଞ୍ଚି ପୁଲିସ୍‌ ଅଧିକାରୀ ଓ ସିଆରପିଏଫ ଅଧିକାରୀଙ୍କୁ ନେଇ ଏହା ଉପରେ ବୈଠକ କରିବା ସହ ବୋଡ଼େନକୁ ଯାଇଥିବା ଜଣାପଡ଼ିଛିଛ ଡିଆଇଜି ରାଜେଶ ପଣ୍ଡିତଙ୍କ ସହିତ ସିଆରପିଏଫ ଅତିରିକ୍ତ ଡିଜି ନିତିନ ଅଗ୍ରୱାଲ ସିଆରପିଏଫର ଭଇଁଷାଦାନୀ ଓ ପାଟଦରା କ୍ୟାମ୍ପ ଏବଂ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ଗତ ମଇ ମାସରେ ବିଭିନ୍ନ ଗଣମାଧ୍ୟମରେ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଏକଜୁଟ ହେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର ମାଓବାଦୀ ଏବଂ ଗୋପନରେ ଚାଲିଛି ବୈଠକ । ଖବର ପ୍ରକାଶ ପରେ ମଧ୍ୟ ଜିଲ୍ଲା ପୁଲିସ୍‌ ଏହା ଉପରେ ଗୁରୁତ୍ୱ ଦେଇନଥିଲା । ଫଳରେ ନୂଆପଡ଼ା ଜିଲ୍ଲାରେ ପୁଣି ମାଓବାଦୀ ଉପସ୍ଥିତି ଜାହିର କରିବା ସହ ୩ ଜଣ ଯବାନଙ୍କୁ ନର୍ମମ ଭାବେ ହତ୍ୟାକରି ପୁଲିସକୁ ଚାଲେଞ୍ଜ କରିଛନ୍ତି । ଜିଲ୍ଲାରେ ୫ରୁ ୬ ବର୍ଷ ହେଲା ମାଓବାଦୀଙ୍କ ଗତିବିଧି ନଥିବା ବେଳେ ପୁଣି ସୁନାବେଡ଼ା ଅଭୟାରଣ୍ୟରେ ସେମାନେ ସଂଗଠିତ ହେଉଛନ୍ତି । ଏହା ଉପରେ ସରକାର ଗୁରୁତ୍ୱ ନଦେଲେ ପୁଣି ସୁନାବେଡ଼ା ଅଭୟାରଣ୍ୟ ମାଓବାଦୀଙ୍କ କ°ାକୁ ଚାଲିଯିବ ବୋଲି ଆଲୋଚନା ହେଉଛି ।
ଯବାନଙ୍କୁ ଆକ୍ରମଣ ଘଟଣାରେ ମାଓବାଦୀ ରକେଟ ଲଞ୍ଚର ବ୍ୟବହାର କରିବା ପୁଲିସ ପ୍ରଶାସନର ନିଦ ହଜାଇ ଦେଇଛି । ସୁନାବେଡ଼ାରେ ମାଓବାଦୀମାନେ ଏହି ରକେଟ୍‌ ଲଞ୍ଚରକୁ ନିଜ କେଶଳରେ ତିଆରି କରୁଥିବା ଜଣାପଡ଼ିଛି । ତେବେ ଆନ୍ଧ୍ର ମାଓବାଦୀଙ୍କ ଦ୍ୱାରା ଏହି ରକେଟ ଲଞ୍ଚର ତିଆର କରାଯାଉଥିବା ଜଣାପଡ଼ିଛ । ୨୦୦୫ ମସିହାରେ ମାଓବାଦୀମାନେ ଆନ୍ଧ୍ରରେ ପ୍ରଥମେ ରକେଟ ଲଞ୍ଚର ବ୍ୟବହାର କରିଥିଲେ । ଛତିଶଗଡ଼ର ସୁକୁମାରେ ମାଓବାଦୀମାନେ ଏଭଳି ରକେଟ ଲଞ୍ଚରକୁ ବହୁଳ ଭାବରେ ବ୍ୟବହାର କରିଥିଲେ । ଓଡ଼ିଶାରେ ମାଓବାଦୀ ରକେଟ ଲଞ୍ଚରରେ ଆକ୍ରମଣ କରିବା ଏହା ପ୍ରଥମ ଘଟଣା ବୋଲି ଜଣାପଡ଼ିଛି । ମଙ୍ଗଳବାର ମାଓବାଦୀ ରକେଟ ଲଞ୍ଚର ମାଡ଼ କରିଥିବାରୁ ଗଛରେ ବାଜିଥିବା ସ୍ଥାନ ଗୁଡ଼ିକ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।

Comments are closed.