ଅନ୍ତର୍ଜାତୀୟ କ୍ରିକେଟକୁ ମୋର୍ଗାନଙ୍କ ବାଏ ବାଏ

ଦିଲ୍ଲୀ: ଜୁନ୍‌ ୩୦: ସରିଗଲା ଇଓନ ମୋର୍ଗାନ ଯୁଗ । ଆଉ ଇଂଲଣ୍ଡ ପାଇଁ ସେ ଖେଳିବେନି । କାରଣ ମୋର୍ଗାନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ମୋର୍ଗାନଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ପ୍ରଥମଥର ପାଇଁ ୨୦୧୯ରେ ଦିନିକିଆରେ ବିଶ୍ୱ ଜିତିବାର କୀର୍ତ୍ତିମାନ ହାସଲ କରିଥିଲା । ହେଲେ ଏବେ ଆଉ ତାଙ୍କ ଇଂଲଣ୍ଡର ଜର୍ସିରେ ଦେଖିବାକୁ ମିଳିବ ନାହିଁ ।

୨୦୧୯ ବିଶ୍ୱକପ ପରଠାରୁ ବାମହାତୀ ବ୍ୟାଟର ମୋର୍ଗାନ ନିଜର ଫିଟନେଶ ଓ ଫର୍ମକୁ ନେଇ ସଂଘର୍ଷ କରୁଥିଲେ । ନିକଟରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ସେ ଦଳର ନେତୃତ୍ୱ ସମ୍ଭାଳିଥିଲେ ମଧ୍ୟ ନିଜ ବ୍ୟାଟରେ ଗୋଟିଏ ବି ରନ୍‌ କରିବାକୁ ସକ୍ଷମ ହୋଇ ନଥିଲେ । କିଛି ଦିନ ହେବ ତାଙ୍କ ଅବସା ଚର୍ଚ୍ଚା ଗଣମାଧ୍ୟରେ ହେଉଥିଲା । ସତକୁ ସତ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରି ଦେଇଛନ୍ତି । ଇଂଲଣ୍ଡ କ୍ରିକେଟ ବୋର୍ଡ ଏହି ଖବରକୁ ନିଶ୍ଚିତ କରିବା ସହ ମୋର୍ଗାନ ଟିମକୁ ଦେଇଥିବା ସେବା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛି ।

ଇଂଲଣ୍ଡ କ୍ରିକେଟ ବୋର୍ଡକୁ ମୋର୍ଗାନ ଦେଇଥିବା ବିବୃତିରେ କହିଛନ୍ତି ଯେ ସବୁ କିଛି ଭାବିବା ପରେ ଓ ଆଲୋଚନା କରିବା ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି । ମୋ କ୍ୟାରିୟରର ସବୁଠାରୁ ପସନ୍ଦର ଜିନିଷକୁ ଛାଡ଼ିବା ମୋ ପାଇଁ ଆଦୌ ସହଜ ନଥିଲା । କି;ୁ ମୁଁ ଭାବିଲି ଯେ ଅଲବିଦା କହିବା ପାଇଁ ଏଇଟା ହିଁ ଉପଯୁକ୍ତ ସମୟ । ମୋ ପାଇଁ ଓ ଇଂଲଣ୍ଡର ସୀମିତ ଓଭର ଟିମ୍‌ ପାଇଁ ଏହା ଏକ ଭଲ ନିଷ୍ପତ୍ତି ବୋଲି ସେ କହିଛନ୍ତି ।
ଇସିବି ଟ୍ୱିିଟ କରି ମୋର୍ଗାନ ଦିନିକିଆ ବିଶ୍ୱକପ ଉଠାଇବା ବେଳର ଫଟୋ ପୋଷ୍ଟ କରିଛି । ଇସିବି କହିଛି ଯେ ତୁମେ ଇଂଲଣ୍ଡ କ୍ରିକେଟକୁ ସବୁଦିନ ପାଇଁ ବଦଳାଇ ଦେଇଛି । ତୁମେ ଜଣେ ଉଦ୍ଭାବକ ଓ ଜଣେ ଚାମ୍ପିୟନ । ତୁମର ଲିଗାସି ଜାରି ରହିବ । ଧନ୍ୟବାଦ ମୋର୍ଗାନ ।

୩୫ ବର୍ଷୀୟ ମୋର୍ଗାନ ଦୀର୍ଘ ୧୩ ବର୍ଷ ହେଲା ଇଂଲଣ୍ଡ ପାଇଁ ଖେଳି ଆସୁଥିଲେ । ୨୦୧୯ରେ ତାଙ୍କ କ୍ୟାପେଫନ୍ସିରେ ଇଂଲଣ୍ଡ ଲର୍ଡ୍ସସରେ ପ୍ରଥମଥର ଦିନିକିଆ ବିଶ୍ୱକପ ଜିତିଥିଲା । ସେହିପରି ୨୦୧୦ରେ ଇଂଲଣ୍ଡର ଟି-୨୦ ବିଶ୍ୱକପ ବିଜେତା ଦଳରେ ମୋର୍ଗାନ ସାମିଲ ଥିଲେ । ୨୦୧୫ରେ ତାଙ୍କୁ ଇଂଲଣ୍ଡର ସୀମିତ ଓଭର ଅଧିନାୟକ ପଦ ମିଳିଥିଲା । ଆଲିଷ୍ଟର କୁକଙ୍କ ପରେ ସେ ଅଧିନାୟକ ପଦ ସମ୍ଭାଳିଥିଲେ । ଏହି ସମୟରେ ଇଂଲଣ୍ଡ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ମଧ୍ୟ ପହଞ୍ଚିଥିଲା ।

୨୦୧୬ ଟି-୨୦ ବିଶ୍ୱକପ ଫାଇନାଲ ଇଂଲଣ୍ଡ ମୋର୍ଗାନଙ୍କ କ୍ୟାପେଫନ୍ସିରେ ଖେଳିଥିଲା । ହେଲେ ଦଳ େୱଷ୍ଟଇଣ୍ଡିଜ ଠାରୁ ହାରି ଯାଇଥିଲେ । ୨୦୧୭ ଚାମ୍ପିଅନସିପ୍‌ ଟ୍ରଫି ଓ ୨୦୨୧ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ମଧ୍ୟ ଇଂଲଣ୍ଡକୁ ମୋର୍ଗାନ ପହଞ୍ଚାଇଥିଲେ । ମୋର୍ଗାନ ୨୦୦୬ରେ ପ୍ରଥମେ ଆୟର୍ଲାଣ୍ଡ ପାଇଁ ଦିନିକିଆରେ ଡେବ୍ୟୁ କରିଥିଲେ । ହେଲେ ଏହାର ୪ ବର୍ଷ ପରେ ସେ ଇଂଲଣ୍ଡ ପାଇଁ ଟି-୨୦ରେ ଡେବ୍ୟୁ କରି ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ।
ଇଂଲଣ୍ଡ ପାଇଁ ସେ ୨୨୫ଟି ଦିନିକିଆ ଓ ଆୟର୍ଲାଣ୍ଡ ପାଇଁ ୨୩ଟି ଦିନିକିଆ ଖେଳିଛନ୍ତି । ମୋଟ ୨୪୮ଟି ଦିନିକିଆରେ ସେ ୭,୭୦୧ ରନ କରିଛନ୍ତି । ଏଥିରେ ୧୪ଟି ଶତକ ଓ ୪୭ଟି ଅର୍ଦ୍ଧଶତକ ରହିଛି ।

ମୋର୍ଗାନ ଇଂଲଣ୍ଡ ପାଇଁ ୧୧୫ଟି ଟି-୨୦ ମ୍ୟାଚ୍‌ ଖେଳି ୨୪୫୮ ରନ କରିଛନ୍ତି । ତେବେ ଟେଷ୍ଟରେ ମୋର୍ଗାନଙ୍କୁ ବେଶୀ ସୁଯୋଗ ମିଳି ନଥିଲେ । ସେ ୧୩ ବର୍ଷର କ୍ୟାରିୟର ମଧ୍ୟରେ କେବଳ ୧୬ଟି ଟେଷ୍ଟ ମ୍ୟାଚ୍‌ ଖେଳି ୭୦୦ ରନ କରିବାକୁ ସକ୍ଷମ ହୋଇଥିଲେ । ଆଇପିଏଲ୍‌ରେ ମଧ୍ୟ ଏକାଧିକ ଫ୍ରାଞ୍ଚାଇଜ୍‌ ପକ୍ଷରୁ ମୋର୍ଗାନଙ୍କ ଚମକ ଦେଖିବାକୁ ମିଳିଛି ।

Comments are closed.