ଉଦ୍ଧବଙ୍କ ଗର୍ବ ଭାଙ୍ଗିଲା: କଙ୍ଗନା

ମୁମ୍ବାଇ: ଜୁନ୍‌ ୩୦: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିଶାପ କାରଣରୁ ଉଦ୍ଧବଙ୍କ ଏହିପରି ଅବସ୍ଥା ହୋଇଛି ବୋଲି ଏବେ ଚର୍ଚ୍ଚା ହେଉଛି । ଏହାସହିତ କଙ୍ଗନାଙ୍କ ୨୦୨୦ ମସିହା ଏକ ଭିଡିଓ ଏବେ ବେଶ୍‌ ଭାଇରାଲ୍‌ ହୋଇଛି ।
୨୦୨୦ରେ କଙ୍ଗନା ଓ ଉଦ୍ଧବଙ୍କ ମଧ୍ୟରେ ଏକ ବୟାନ୍‌ବାଜୀ ଚାଲିଥିଲା । ଏହାପରେ ଯେଉଁଥିରେ କଙ୍ଗନାଙ୍କ ମୁମ୍ବାଇସ୍ଥିତ ଅଫିସକୁ ବିଏମସି ବେଆଇନ ବୋଲି କହି ଭାଙ୍ଗିଦେଇଥିଲା । ଏଭଳି ଘଟଣା ପରେ କଙ୍ଗନା କହିଥିଲେ ଯେ, ଆଜି ମୋର ଘର ଭାଙ୍ଗିଛି, କାଲି ଆପଣଙ୍କ ଗର୍ବ ଭାଙ୍ଗିବ । ବର୍ତ୍ତମାନ କଙ୍ଗନାଙ୍କ ସେହି ପୁରୁଣା ଭିଡିଓ ଭାଇରାଲ୍‌ ହୋଇଛି । କଙ୍ଗନାଙ୍କ ଏହି କଥା ଏବେ ସତ ହୋଇଥିବା କଥା ଲୋକେ କହିବା ସହ ଉଦ୍ଧବଙ୍କ ଗର୍ବ ଭାଙ୍ଗିଯାଇଥିବା କହିଛନ୍ତି ।

ବର୍ତ୍ତମାନ ଉଦ୍ଧବଙ୍କ ଇସ୍ତଫା ପରେ କଙ୍ଗନା ଆଉ ଏକ ଭିଡିଓ ଜାରି କରି ଉଦ୍ଧବଙ୍କୁ ଟାର୍ଗେଟ କରିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ- ଗଣତନ୍ତ୍ର ହେଉଛି ଏକ ବିଶ୍ୱାସ । ଯିଏ କ୍ଷମତାର ଗର୍ବରେ ଏହି ବିଶ୍ୱାସକୁ ଭାଙ୍ଗେ, ତା’ ଗର୍ବ ଭାଙ୍ଗିବା ସୁନିଶ୍ଚିତ । ହନୁମାନଜୀଙ୍କୁ ଶିବଙ୍କର ଦ୍ୱାଦଶ ଅବତାର ବୋଲି ବିବେଚନା କରାଯାଏ । ହେଲେ ଶିବସେନା ହିଁ ହନୁମାନ ଚାଳିଶା ପାଠକୁ ନିଷିଦ୍ଧ କରିଥିଲା, ଯାହାର ପରିଣାମ ଆଜି ସେ ଭୋଗୁଛନ୍ତି । ହର ହର ମହାଦେବ । ଜୟ ହିନ୍ଦ ଜୟ ମହାରାଷ୍ଟ୍ର ।

Comments are closed.