କ୍ଷତିକାରକ ଗରମ ଚା’

ସକାଳୁ ଗରମ ଚା’ ପିଇବା ପ୍ରାୟ ସମସ୍ତଙ୍କ ପ୍ରଥମ ପସନ୍ଦ । ବହୁତ ଲୋକ ଅଛନ୍ତି ଦିନକୁ ୪ରୁ ୫ ଥର ଚା’ ପିଅନ୍ତି । ଏପରିକି ସକାଳୁ ଚା’ ନପିଇଲେ ଦିନସାରା ସେମାନେ ଚିଡିଚିଡି ହୋଇଥାଆନ୍ତି । ହେଲେ ସକାଳୁ ଖାଲି ପେଟରେ ଗରମ ଚା’ ପିଇଲେ ଏହା ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ ହୋଇଥାଏ । ଗରମ ଚା’ ପିଉଥିବା ଲୋକଙ୍କୁ କର୍କଟ ରୋଗ ହେବାର ସମ୍ଭାବନା ସର୍ବାଧିକ । ଏପରିକି ଗରମ ଚା’ ପିଇଲେ ଗଳା କର୍କଟ ହେବାର ସମ୍ବାବନା ୮ ଗୁଣ ଅଧିକ ହୋଇଥାଏ ।

ଚା’ ପ୍ରସ୍ତୁତ ହେବାର ୨ ମିନିଟ୍‌ ପରେ ଯଦି ପିଉଛନ୍ତି, ତାହେଲେ ବି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ସେଥିପାଇଁ ଚା’ ପ୍ରସ୍ତୁତ କରି ୫ରୁ ୬ ମିନିଟ୍‌ ପରେ ହିଁ ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ । ଏଥିସହ ଥଣ୍ଡା ଚା’ ପିଇଲେ ତାହା ଶରୀରରେ କୌଣସି କ୍ଷତି ପହଞ୍ଚାଇନଥାଏ ।

Comments are closed.