ଶ୍ରୀଜିଉମାନେ ଗୋଟି ପହଣ୍ଡିରେ ଯିବେ ଗୁଣ୍ଡିଚା ମନ୍ଦିର

ପୁରୀ: ଜୁଲାଇ ୦୨: ଶରଧା ବାଲିରୁ ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଗୁଣ୍ଡିଚା ମନ୍ଦିର ସାମ୍ନାରେ ରଥ ଉପରେ ଏବେ ଶ୍ରୀଜିଉମାନେ ବିରାଜମାନ ଅଛନ୍ତି । ସେହି ରଥ ଉପରେ ହିଁ ଠାକୁରମାନଙ୍କ ଦୈନଦିନ ନୀତିକାନ୍ତି ଓ ଭୋଗ ଲାଗି ହେଉଛି । ଶ୍ରୀଜିଉମାନେ ରଥାରୁଢ଼ ଥିବାରୁ ଶ୍ରଦ୍ଧାଳୁଙ୍କୁ ରଥ ଛୁଇଁବାକୁ ଅନୁମତି ଦିଆଯାଉନାହିଁ । ଗତକାଲି ସଂଧ୍ୟା ପୂର୍ବରୁ ଶରଧାବାଲିରେ ଲାଗିଥିଲା । ରଥ ଉପରେ ଧୂପ ସରିବା ପରେ ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ଆଜି ଗୁଣ୍ଡିଚା ମନ୍ଦିରକୁ ନିଆଯିବ । ଆସନ୍ତା କାଲିଠାରୁ ମିଳିବ ଆଡ଼ପ ଅବଢ଼ା । ତାସହ ଜନ୍ମବେଦୀରେ ଠାକୁରମାନଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ସୁଯୋଗ ମିଳିବ । ସେପଟେ ଆଜି ରୂପା ଛାଉଣୀ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀମନ୍ଦିର କଳାହାଟ ଦ୍ୱାର ଦେଇ ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବା ପରେ ଗତକାଲି କଳାହାଟ ଦ୍ୱାରର ଫ୍ରେମ୍‌ ଶ୍ରୀମନ୍ଦିର ବାହାରକୁ ଯାଇଛି । ନୂଆ ଫ୍ରେମକୁ ନିଳାଦ୍ରୀ ଭକ୍ତ ନିବାସ ପରିସରରେ ତିଆରି କରାଯାଇଛି । ଜିଲ୍ଲା କୋଷାଗାରରେ ରଖାଯାଇଥିବା ୫୦୦ କେଜି ରୂପାକୁ ଅଣଯାଇଥିଲା । ବର୍ମାଟିକ କାଠ ଉପରେ ଉତ୍କଳୀୟ ଢାଞ୍ଚା ତିଆରି ହୋଇଛି, ଯାହାକି ଆଜି କଳାହାଟ ଦ୍ୱାରରେ ଲଗାଯିବ । ପୂର୍ବରୁ ଶ୍ରୀମନ୍ଦିରର ୮ଟି ଦ୍ୱାରକୁ ରୂପା ଛାଉଣୀ କରାଯାଇଥିଲା ।

Comments are closed.