ଏଥର ବିନା ପାଇଲଟରେ ଉଡିବ ଯୁଦ୍ଧ ବିମାନ: ଶତ୍ରୁ ହେବେ ଧରାଶାଇ

ଏଣିକି ଭାରତର ଶକ୍ତି ଆଗରେ ଠିଆ ହବାକୁ ବି ସାହସ କରିବେନି ଶତ୍ରୁରାଷ୍ଟ୍ର । ଆହୁରି ଡରିବେ ପାକିସ୍ତାନ ଆଉ ଚୀନ । ଭାରତ ପ୍ରସ୍ତୁତ କରିଛି ବିନା ପାଇଲଟର ଯୁଦ୍ଧ ବିମାନ । ଏଥର ବିନା କୌଣସି ଶଙ୍କା ବା ଡରରେ ଶତ୍ରୁଙ୍କ ଉପରେ ହେବ ପ୍ରହାର । ମୂଲ୍ୟବାନ ଜୀବନ ହରାଇବାର ବି ଆଉ ଭୟ ନାହିଁ । ଭାରତର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ବା ଡିଆରଡିଓ ପକ୍ଷରୁ ଅଟୋନୋମସ ଫ୍ଲାଇଙ୍ଗ୍‌ ୱିଙ୍ଗ ଡେମନଷ୍ଟ୍ରେଟର ଟେକନଲୋଜିର ପ୍ରଥମ ସଫଳ ପରୀକ୍ଷଣ କରାଯାଇଛି । କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ ଥିବା ଏରୋନୋଟିକାଲ ରେଞ୍ଜରୁ ଏହାର ପରୀକ୍ଷଣ କରାଯାଇଛି । ଭବିଷ୍ୟତରେ ମାନବ ବିହୀନ ବିମାନ ନିର୍ମାଣ କ୍ଷେତ୍ରରେ ଏହା ଏକ ବଡ଼ ମାଇଲ ଖୁଣ୍ଟ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଟୋନୋମସ ଫ୍ଲାଇଙ୍ଗ୍‌ ୱିଙ୍ଗ ଡେମନଷ୍ଟ୍ରେଟର ଟେକନଲୋଜିର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଧନ୍ୟବାଦ ଦେଇଛନ୍ତି । ସାମରିକ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବାରେ ଏହା ସହାୟକ ହେବ ବୋଲି ରାଜନାଥ କହିଛନ୍ତି ।

Comments are closed.