ଫୁଲବାଣୀ: ଜୁଲାଇ ୦୪: ଯୋଡ଼ା ମୁଣ୍ଡ ଛୁଆ ଜଗାର ଅତିଶୀଘ୍ର ଖପୁରି ପ୍ରତିରୋପଣ କରାଯିବ । ଏ ନେଇ ଦିଲ୍ଲୀ ଏମ୍ସ ନ୍ୟୁରୋସର୍ଜରୀ ଡାକ୍ତର ନିରଜ ଗୁପ୍ତା କହିଥିବା ଜଗାର ବାପା ଭୁୟା କହଁର କହିଛନ୍ତି । ଜଗା ଏବେ ଚଲାବୁଲା କରୁଛି ଓ ତାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା କଥା ଜଗାକୁ ରେଗୁଲାର ଯାଞ୍ଚ କରୁଥିବା ଡାକ୍ତର କହିଛନ୍ତି । ଗତ ୧୬ ତାରିଖରେ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତର ଗୁପ୍ତା ଆସିଥିଲେ । ସେତେବେଳେ ତାର ଖପୁରି ପ୍ରତିରୋପଣ ନେଇ ଡାକ୍ତରୀ ଟିମ ଆଲୋଚନା କରିଥିଲେ । ଫଳରେ ଜଗାର ବାପା ଭୂୟାଁ କହଁର ଓ ମା ଖୁସି ବ୍ୟକ୍ତ କରିଛନ୍ତି । ଦୀର୍ଘ ପାଞ୍ଚ ବର୍ଷ ହେଲା ଆମେ ଡାକ୍ତରଖାନାରେ ଅଛୁ, ଗାଁକୁ ଯାଇ ପାରୁନୁ । ଶିଘ୍ର ଅପେରସନ ସାରିଲେ ଅନ୍ତତଃ ଗାଁକୁ ଯିବୁ ବୋଲି ଭୂୟାଁ କହିଛନ୍ତି ।
Comments are closed.