ନୂଆଦିଲ୍ଲୀ: ଜୁଲାଇ ୦୪: ମହାରାଷ୍ଟ୍ରରେ ଚାଲିଛି ରାଜନୈତିକ ବୟାନବାଜି । ଏକନାଥ ସିନ୍ଦେଙ୍କ ମୁଖ୍ୟମନ୍ତ୍ରୀ ଆସନ ଯିତିବା ପରେ ପାୱାରଙ୍କ ପାୱାର ଥମିବାର ନାଁ ଧରୁନି । ଏହାସହ ସିନ୍ଦେ ସରକାର ୬ ମାସରୁ ଅଧିକ ସମୟ ରହିପାରିବ ନାହିଁ ବୋଲି ଶରଦ କହିଛନ୍ତି । ମଧ୍ୟବର୍ତ୍ତୀ ନିବାଚନ ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଏନସିପି ମୁଖିଆ ଶରଦ ପାୱାର ଜଣେ ବିଧାୟକଙ୍କୁ କହିଛନ୍ତି ଯେ, ସେ ଏନସିପି ସମେତ ଅନ୍ୟ ସହଯୋଗୀ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି । ମହାରାଷ୍ଟ୍ରରେ ଗଠନ ହୋଇଥିବା ସରକାର ୬ ମାସରେ ଭାଙ୍ଗିପାରେ । ସମସ୍ତଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ଦରକାର । ସିନ୍ଦେଙ୍କ ସହ ଥିବା ଅନେକ ବିଦ୍ରୋହୀ ବିଧାୟକ ଖୁସି ନାହାଁନ୍ତି । ମନ୍ତ୍ରାଳୟ ବଣ୍ଟନ ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସମର୍ଥନ ପ୍ରତ୍ୟାହାର କରିନେବେ । ଫଳରେ ସରକାର ଭାଙ୍ଗିଯିବ । ଶରଦ ଆହୁରି ମଧ୍ୟ କହିଛନ୍ତି ଯେ, ବିଦ୍ରୋହୀ ବିଧାୟକ ଅତିଶୀଘ୍ର ଦଳକୁ ଫେରି ଆସିବେ । ଅତିବେଶୀରେ ୬ ମାସ ରହିଛି । ଏନସିପି ନେତା ସବୁ ବିଧାନସଭା କ୍ଷେତ୍ରକୁ ଯିବାକୁ ଶରଦ ପରାମର୍ଶ ଦେଇଛନ୍ତି ।
Comments are closed.