ହସ୍ପିଟାଲରେ ମାଓ ନେତା ସବ୍ୟସାଚୀ

ବ୍ରହ୍ମପୁର: ଜୁଲାଇ ୦୫: ମେଡିକାଲରେ ମାଓନେତା ସବ୍ୟସାଚୀ ପଣ୍ଡା । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅସ୍ତ୍ରୋପଚାର ଲାଗି ଭର୍ତ୍ତି ହୋଇଛନ୍ତି ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା । ଏନେଇ ସବ୍ୟସାଚୀଙ୍କ ଓକିଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କିଛି ଦିନ ହେଲା ସବ୍ୟସାଚୀଙ୍କ କାନରେ ଯନ୍ତ୍ରଣା ହେଉଥିଲା । ଏହାପରେ ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ସବ୍ୟସାଚୀ ପଣ୍ଡାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଖୁବଶୀଘ୍ର ସବ୍ୟସାଚୀଙ୍କ କାନର ଅସ୍ତ୍ରୋପଚାର କରାଯିବ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି ।

Comments are closed.